ରୋଷେଇ ଘରେ ଲୁଣ ମୁଖ୍ୟ ଭୂମିକା ଗ୍ରହଣ କରିଥାଏ । ଲୁଣ ବିନା ଖାଦ୍ୟରେ ସ୍ୱାଦ ଆସି ନଥାଏ । କି;ୁ କେଶର ବିଭିନ୍ନ ସମସ୍ୟାର ସମାଧାନ ଯେ ଲୁଣ କରିଥାଏ ଏକଥା ପ୍ରାୟ କେହି ଜାଣି ନଥାନ୍ତି । ସାମ୍ପୁରେ ଅଳ୍ପ ଟିକେ ଲୁଣ ମିଶାଇ ବ୍ୟବହାର କଲେ କେଶର ସମସ୍ତ ପ୍ରକାର ସମସ୍ୟାରୁ ମିଳିଥାଏ ମୁକ୍ତି । ଆସନ୍ତୁ ଜାଣିବା କେଶ ପାଇଁ କେମିତି ଲୁଣର ବ୍ୟବହାର କରିବା ଉଚିତ୍ ।
* କେଶକୁ ବଢିବାରେ ସାହାଯ୍ୟ କରେ ଲୁଣ । ସାମ୍ପୁ କରି ସାରିବା ପରେ ଗୋଟିଏ ଚାମଚ ଲୁଣ ନେଇ କେଶ ମୂଳରେ ୧୦ମିନିଟ ପାଇଁ ମାଲିସ୍ କର;ୁ । ତା’ପରେ ଧୋଇ ଦିଅ;ୁ । ଏପରି ସପ୍ତାହକୁ ଦୁଇ ଥର କର;ୁ । ଧୀରେ ଧୀରେ କେଶ ଝଡିବା କମିଥାଏ ।
* ସେହିପରି କେଶ ମୂଳରେ ଲୁଣ ମାଲିସ୍ କଲେ ରକ୍ତ ସଞ୍ଚାଳନ ହୋଇଥାଏ । ଧୀରେ ଧୀରେ କରି ୧୦ ରୁ ୧୫ମିନିଟ୍ ଯାଏଁ ଲୁଣକୁ କେଶ ମୂଳରେ ମାଲିସ୍ କଲେ ରୂପିରୁ ମୁକ୍ତି ମିଳିବା ସହ କେଶ ବଢିବାରେ ସାହାଯ୍ୟ କରିଥାଏ ।
* କେଶ ମୂଳ ଅତ୍ୟଧିକ ତେଲିଆ ହୋଇଥିଲେ କେଶ ଝଡିବା ସହ ପତଳା ଭଳି ଅନେକ ସମସ୍ୟା ସୃଷ୍ଟି ହୋଇଥାଏ । ଏଥିରୁ ମୁକ୍ତି ପାଇଁ ସାମ୍ପୁରେ ଦୁଇ ଚାମଚ ଲୁଣ ମିଶା;ୁ । ତା’ପରେ ଏହି ସାମ୍ପୋକୁ ବ୍ୟବହାର କର;ୁ । ମାତ୍ର ପ୍ରଥମ ବ୍ୟବାହରରେ ହିଁ ଆପଣ ଫରକ ଜାଣି ପାରିବେ । ପୂର୍ବଠାରୁ କେଶ ଅଳ୍ପ ତେଲିଆ ହେବାସହ ଘନ ଦେଖା ଯାଇଥାଏ ।
Prev Post
Next Post