କୋହଲି ସଚିନଙ୍କ ଏହି ଖାସ୍ ରେକର୍ଡ ଭାଙ୍ଗି ପାରିବେ ନାହିଁ : ସେହ୍ଵାଗ

0

ନୂଆଦିଲ୍ଲୀ,୧୩/୧୧: ଅଧିନାୟକ ବିରାଟ କୋହଲିଙ୍କ ବ୍ୟାଟ୍ ଯେଉଁ ଭଳି ଚାଲୁଛି ତାକୁ ଦେଖିଲେ ଲାଗୁଛି ସବୁ ବ୍ୟାଟସମ୍ୟାନଙ୍କ ରେକର୍ଡ ଭାଙ୍ଗି ଦେବେ। ମାତ୍ର ପୂର୍ବତନ ବିସ୍ଫୋରକ ଓପନିଂ ବ୍ୟାଟସମ୍ୟାନ ବୀରେନ୍ଦ୍ର ସେହ୍ଵାଗ ଦେଇଛନ୍ତି ଭିନ୍ନ ମତ। ସେହ୍ଵାଗ କହିଛନ୍ତି ଯେ କୋହଲି ଅନେକ ବଡ଼ ରେକର୍ଡ ଭାଙ୍ଗି ପାରିବେ, ମାତ୍ର ସେ ସଚିନ ତେନ୍ଦୁଲକରଙ୍କ ଗୋଟିଏ ରେକର୍ଡ କେବେ ବି ଭାଙ୍ଗି ପାରିବେ ନାହିଁ।

ସେହ୍ଵାଗ କହିଛନ୍ତି ଯେ ସଚିନ ନିଜର କ୍ରିକେଟ୍ କ୍ୟାରିୟରରେ ୨୦୦ ଟେଷ୍ଟ ମ୍ୟାଚ୍ ଖେଳିଛନ୍ତି। ମାତ୍ର ବିରାଟ କୋହଲିଙ୍କ ପକ୍ଷେ ଏତେ ଟେଷ୍ଟ ଖେଳିବା ସହଜ ହେବ ନାହିଁ। କୋହଲି ସଚିନଙ୍କ ସବୁ ରେକର୍ଡ ଭାଙ୍ଗି ପାରନ୍ତି ମାତ୍ର ୨୦୦ ଟେଷ୍ଟ ଖେଳିବା ରେକର୍ଡ ବୋଧହୁଏ କାଟି ପାରିବେ ନାହିଁ। କାରଣ ଏଥିପାଇଁ ତାଙ୍କୁ ପାଖାପାଖି ୨୪ ବର୍ଷ କ୍ରିକେଟ୍ ଖେଳିବାକୁ ପଡ଼ିବ।

Leave A Reply

Your email address will not be published.