କୋଣାର୍କ,୧୭।୧୧: ବିଶ୍ୱ ଏତିହ୍ୟ କୋଣାର୍କ ସୂର୍ଯ୍ୟମନ୍ଦିରର ରକ୍ଷଣାବେକ୍ଷଣ ଦିଗରେ କେନ୍ଦ୍ର ସରକାରଙ୍କ ପ୍ରତ୍ନତତ୍ବ ସର୍ବେକ୍ଷଣ ସଂସ୍ଥାର ଅବହେଳାକୁ ନେଇ ପ୍ରତିବାଦ ଜୋର ଧରିଛି। କୋଣାର୍କ ସୂର୍ଯ୍ୟମନ୍ଦିର ରକ୍ଷଣାବେକ୍ଷଣ ଦାବିରେ କୋଣାର୍କ ସୁରକ୍ଷା ସମିତି ପକ୍ଷରୁ ସୂର୍ଯ୍ୟ ମନ୍ଦିର ମୁଖ୍ୟ ଫାଟକ ସମ୍ମୁଖରେ ଶନିବାର ବିକ୍ଷୋଭ ପ୍ରଦର୍ଶନ କରାଯାଇଛି। ମନ୍ଦିରର ସଂରକ୍ଷଣ ଓ ରକ୍ଷଣାବେକ୍ଷଣ, ପ୍ରତି ଶନିବାର ମନ୍ଦିରକୁ ପ୍ରବେଶ ଶୁଳ୍କ ଛାଡ ଆଦି ଦାବିରେ ବିକ୍ଷୋଭ କରାଯାଇଛି। ସୁରକ୍ଷା ସମିତିର ସଭାପତି ବାଦଲ ଦାଶଙ୍କ ନେତୃତ୍ୱରେ ଅନୁଷ୍ଠିତ ଏହି ପ୍ରତିବାଦ ଓ ଗଣଧାରଣା ସଭାରେ ସୁରକ୍ଷା ସମିତିର ସମ୍ପାଦକ ରାମକୃଷ୍ଣ ମହାନ୍ତି, ଆବାହକ ଭାଗୀରଥି ସ୍ବାଇଁ, ସମବାୟ ନେତା ମଧୁସୂଦନ ପ୍ରଧାନ, ରମେଶ ନାୟକଙ୍କ ସମେତ ୨୦୦ରୁ ଊର୍ଦ୍ଧ୍ୱ ସଭ୍ୟାସଭ୍ୟ ଯୋଗ ଦେଇଥିଲେ।