କୋଲକତା,୧୮/୧ : ପଶ୍ଚିମ ବଙ୍ଗର ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ କୋଲକାତାରେ ମୋଦୀ ସରକାରଙ୍କ ବିପକ୍ଷରେ ଏକ ରାଲିର ଆୟୋଜନ କରୁଛନ୍ତି । ଲୋକସଭା ନିର୍ବାଚନ ପୂର୍ବରୁ ସମଗ୍ର ବିପକ୍ଷଙ୍କର କେନ୍ଦ୍ର ସରକାରଙ୍କ ବିରୁଧରେ ରଣ ହୁଙ୍କାର ଦେଇଛନ୍ତି । ଏହି ରାଲିରେ ୧୯ଟି କ୍ଷେତ୍ରୀୟ ଦଳ ସମର୍ଥନ ଦେବେ ବୋଲି ସ୍ପଷ୍ଟ କରିଛନ୍ତି । ସେହି ସମୟରେ କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀ ଏହାକୁ ନୈତିକ ସମର୍ଥନ ଦେଇ ଟିଏମସୀ ସୁପ୍ରିମୋକୁ ପତ୍ର ପଠାଇଛନ୍ତି ।
ରାହୁଲ ଗାନ୍ଧୀ ନିଜ ପତ୍ରରେ ମମତାଙ୍କୁ ସମ୍ବୋନ୍ଧିତ କରି ଲେଖିଛନ୍ତି କି, ମୋଦୀଙ୍କର ଜନବିରୋଧୀ ନୀତି ବିରୋଧୀ ସମର୍ଥନ ଦେଇଛି । ତେବେ ବଙ୍ଗାଳରେ ମମତା ସମର୍ଥକଙ୍କ ମଦ୍ୟରେ ମମତା ଦିଦି ନାମରେ ପରିଚିତ । ବହୁ ନେତା ତାଙ୍କୁ ଦିଦି କହି ସମ୍ବୋନ୍ଧିତ କରନ୍ତି । ରାହୁଲ କହିଛନ୍ତି କି, ବଙ୍ଗାଳ ସର୍ବଦା ଜନବିରୋଧୀ କାର୍ଯ୍ୟକ୍ରମକୁ ବିରୋଧ କରେ । ମୋଦୀ ସରକାରଙ୍କ ବିରୋଧରେ ସମଗ୍ର ଦେଶ ଏକଜୁଟ ହୋଇଛି । କଂଗ୍ରେସ ତରଫରୁ ମଲ୍ଲିକାର୍ଜୁନ ଖଡଗେ ଏହି ରାଲିରେ ଯୋଗ ଦେବେ ।
ମୋଦୀଙ୍କ ବିପକ୍ଷରେ ସର୍ବଦା ଥିବା ମମତା ରାଲି ପୂର୍ବରୁ ବହୁ ଥର ରଣହୁଙ୍କାର ଦେଇଛନ୍ତି । ଏହା ବିଜେପି ପାଇଁ ମୃତ୍ୟୁନାଦ ଭଳି ହେବ ବୋଲି ସେ କହିଛନ୍ତି । ଏଥିରେ ବହୁ ବରିଷ୍ଠ ନେତାମାନେ ଯୋଗ ଦେବେ । ସେମାନଙ୍କ ମଧ୍ୟରୁ ଅରବିନ୍ଦ କେଜରିୱାଲ, ଏଚ କୁମାରସ୍ୱାମୀ, ଏନ ଚନ୍ଦ୍ରବାବୁ ନାଇଡୁ, ଏଚଡି ଦେବଗୌଡ, ଫାରୁକ ଅବଦ୍ଦୁଲା, ଅମର ଅବଦ୍ଦୁଲ୍ଲା, ତେଜସ୍ୱୀ ଯାଦବ, ଏମ କେ ଷ୍ଟାଲିନ, ଶତ୍ରୁଘ୍ନ ସିହ୍ନା ଏବଂ ଅନ୍ୟ ନେତା ମାନେ ସାମିଲ ହେବେ । ତେବେ ମମତା ବାନାର୍ଜୀଙ୍କ ସହ ମଂଚ ଉପରେ ସମାଜବାଦୀ ପାର୍ଟି ପ୍ରମୁଖ ଅଖିଳେଶ ଯାଦବ, ସତୀଶ ଚନ୍ଦ୍ର ମିଶ୍ରା, ଶରଦ ପାୱାର, ଅଜିତ ସିଂହ, ଯଶବନ୍ତ ସିହ୍ନା, ବାବୁଲାଲ ମାରାଣ୍ଡି ଉପସ୍ଥିତ ରହିବେ । ଏଥିପାଇଁ ମମତା ବହୁ ଆୟୋଜନ କରିଛନ୍ତି । ମମତା କହିଛନ୍ତି କି, ଏହି ରାଲି ପରେ ସମସ୍ତ ନେତାଙ୍କ ପାଇଁ ଏକ ଚା ପାର୍ଟି ରହିଛି ।