ନୂଆଦିଲ୍ଲୀ, ୫/୧ : କୌରବମାନଙ୍କ ଜନ୍ମ ଷ୍ଟେମ୍ ସେଲ୍ ଏବଂ ଟେଷ୍ଟ୍ ଟ୍ୟୁବ୍ ଟେକନୋଲୋଜି ଦ୍ୱାରା ହୋଇଥିଲା ବୋଲି ଶୁକ୍ରବାର ଆନ୍ଧ୍ର ବିଶ୍ୱ ବିଦ୍ୟାଳୟର କୂଳପତି ଜି ନାଗେଶ୍ୱର ରାୱ ଭାରତୀୟ ବିଜ୍ଞାନ କଂଗ୍ରେସରେ ଦାବି କରିଛନ୍ତି । ଭାତର ହଜାର ବର୍ଷ ପୂର୍ବରୁ ହିଁ ଏହି ଜ୍ଞାନ କୌଷଳର ଅଧିକାରୀ ଥିଲା ବୋଲି ସେ କହିଛନ୍ତି ।
ଏକ ଉପସ୍ଥାପନା ଜରିଆରେ ରାୱ କହିଛନ୍ତି କି, ଶତ୍ରୁର ବିନାଶ ଲାଗି ଭଗବାନ ରାମ ଏବଂ ଭଗବାନ ବିଷ୍ଣୁ ଅସ୍ତ୍ର ଶସ୍ତ୍ର ଏବଂ ସୁଦର୍ଶନ ଚକ୍ରର ବ୍ୟବହାର କରୁଥିଲେ, ଯାହା ଲକ୍ଷ୍ୟଭେଦ କରିବା ପରେ ପୁଣି ଥରେ ସେମାନଙ୍କ ପାଖକୁ ଫେରି ଆସୁଥିଲା । ଏଥିରୁ ଜଣା ପଡୁଛି ଯେ, ମିଶାଇଲ ବିଜ୍ଞାନ ଭାରତ ପାଇଁ ନୂଆ ନୁହେଁ ଏବଂ ଏସବୁ ହଜାର ହଜାର ବର୍ଷ ତଳୁ ଚାଲିଆସୁଛି ।
ରାବଣ ପାଖରେ କେବଳ ପୁଷ୍ପକ ବିମାନ ବ୍ୟତିତ ବିଭିନ୍ନ ଆକାର ଏବଂ କ୍ଷମତା ବିଶିଷ୍ଟ ୨୪ ପ୍ରକାରର ବିମାନ ଥିବା ରାମାୟଣରେ କୁହାଯାଇଛି । ଶ୍ରୀଲଙ୍କାରେ ରାବଣର ଅନେକ ବିମାନ ବନ୍ଦର ଥିଲା ଏବଂ ସେ ଏହାକୁ ଭିନ୍ନ ଭିନ୍ନ ଉଦ୍ଦେଶ୍ୟରେ ବ୍ୟବହାର କରୁଥିଲେ ।
ଗାନ୍ଧାରୀ କିପରି ୧୦୦ ପୁତ୍ରକୁ ଜନ୍ମ ଦେଲେ ତାହା ଏବେ ମଧ୍ୟ ଅନେକଙ୍କ ମନରେ ପ୍ରଶ୍ନ ଉଠେ ଛ ମନୁଷ୍ୟ ରୁପରେ ଏହା କିପରି ସମ୍ଭବ ପର ଯେ, ଜଣେ ମହିଳା ତା ଜୀବନରେ ୧୦୦ ଶିଶୁକୁ ଜନ୍ମ ଦେଇ ପାରିବ । କି;ୁ ଟେଷ୍ଟ୍ ଟ୍ୟୁବ୍ ବେବି ଟେକନୋଲୋଜୀ ଦ୍ୱାରା ଛୁଆ ଜନ୍ମ କରାଯାଇ ପାରିବ ବୋଲି ଏବେ ଆମେ ବିଶ୍ୱାସ କରୁଛୁ । ମହାଭାରତରେ ମଧ୍ୟ କୁହାଯାଇଥିଲା କି, ୧୦୦ ଅଣ୍ଡାକୁ ଫର୍ଟିଲାଇଜ କରାଯାଇ ୧୦୦ ଟି ମାଟି ହାଣ୍ଡିରେ ରଖାଯାଇଥିଲା । ସେହି ପ୍ରକ୍ରିୟା କଣ ଟେଷ୍ଟ୍ ଟ୍ୟୁବ୍ ବେବି ପ୍ରକ୍ରିୟା ନୁହଁ ବୋଲି ଜି ନାଗେଶ୍ୱର କହିଛନ୍ତି ।
Next Post