କ୍ରିସ ଗେଲ ଜିମ ବଦଳରେ ଯୋଗ ଏବଂ ମାଲିସକୁ ପ୍ରାଥମିକତା ଦେଉଛନ୍ତି

0

ନୂଆଦିଲ୍ଲୀ,୧୬/୫: କ୍ୟାରିୟରର ୫ମ ତଥା ଅନ୍ତିମ ବିଶ୍ୱକପ ଖେଳିବାକୁ ଯାଉଥିବା ୱେଷ୍ଟଣ୍ଡିଜର ବିସ୍ଫୋରକ କ୍ରିସ ଗେଲ ୩୯ ବର୍ଷରେ ପଦାର୍ପଣ କରିଥିଲେ ବି, ସେ ଯେତେବେଳେ କ୍ରିଜରେ ଥାଆନ୍ତି, ବୋଲର ସଂକୋଚ ଅନୁଭବ କରିଥାନ୍ତି । ବୟସ ବଢିଥିଲେ ମଧ୍ୟ ଗେଲ ଜିମ ନଯାଇ ନିଜେ ଶକ୍ତିଶାଳୀ ହୋଇପାରିଛନ୍ତି । ବିଗତ ୨ ମାସ ହେବ ‘ୟୁନିଭର୍ସ ବସ’ ଜିମ ଠାରୁ ଦୂରରେ ଅଛନ୍ତି । ମାତ୍ର ଏଥିପାଇଁ ଗେଲ ମାଲିସ ଏବଂ ଯୋଗକୁ ଗୁରୁତ୍ୱ ଦେଉଛନ୍ତି । ପ୍ରାକୃତିକ ଉପାୟରେ ଶକ୍ତିଶାଳୀ ହେବା ପାଇଁ ସେ ଜିମ ବଦଳରେ ଯୋଗ ଏବଂ ମାଲିସକୁ ପ୍ରାଥମିକତା ଦେଉଛନ୍ତି ।

ଇଣ୍ଡିଆନ ପ୍ରିମିୟର ଲିଗ (ଆଇପିଏଲ)ର ଦ୍ୱାଦଶ ସଂସ୍କରଣରେ ଗେଲ ୪୧ ହାରରେ ୪୯୦ ରନ କରିଛନ୍ତି । ଜାତୀୟ ଗଣମାଧ୍ୟମକୁ ଗେଲ କହିଛନ୍ତି, ଆଇପିଏଲ ଏକ ମଜାଦାର ଖେଳ । ମୋର ଅଭିଜ୍ଞତାକୁ କରି ବ୍ୟାଟିଂ କରୁଛି ଏବଂ ଏଥିପାଇଁ ଖୁସି ଅନୁଭବ କରୁଛି ବୋଲି ଗେଲ କହିଛନ୍ତି । ଆଶା କରୁଛି ଯେ, ମୋର ଲୟ ଆଗାମୀ ଦିନରେ ମଧ୍ୟ ଏମିତି ରହିବ । ମୁଁ ଏବେ ମାନସିକ ଚିନ୍ତାଧାରକୁ ଅଧିକ ଗୁରୁତ୍ୱ ଦେଉଛି । ଶାରୀରିକ ପରିଶ୍ରମକୁ ଗୁରୁତ୍ୱପୂର୍ଣ୍ଣ ମନେ କରୁ ନାହିଁ । ମୁଁ ବିଗତ ୨ ମାସ ହେବ ଫିଟନେସକୁ ସେତେ ଦୃଷ୍ଟି ଦେଇ ନାହିଁ ବୋଲି ଗେଲ କହିଛନ୍ତି ।

ବିସ୍ଫୋରକ ବ୍ୟାଟ୍ସମ୍ୟାନ ଗେଲ କହିଛନ୍ତି, ମୁଁ ନିଜର ପ୍ରଶଂସକଙ୍କ ପାଇଁ ଖେଳୁଛି । କିଛି ବର୍ଷ ପୂର୍ବରୁ କ୍ରିକେଟରୁ ସନ୍ୟାସ ନେବା ଚିନ୍ତା କରିଥିଲ କିନ୍ତୁ କିଛି ପ୍ରଶଂସକ ଖେଳ ଜାରି ରଖିବାକୁ ଅନୁରୋଧ କରିଥିଲେ । ଏଥିପାଇଁ ମୁଁ ସେମାନଙ୍କ ପାଇଁ ଖେଳୁଛି । ଆଶା କରୁଛି ଯେ, ସେମାନଙ୍କ ପାଇଁ କିଛି ମ୍ୟାଚରେ ମନୋରଂଜନ ଯୋଗାଇବି । ଗେଲ ଏଯାଏଁ ୧୦୩ଟି ଟେଷ୍ଟ ମ୍ୟାଚ, ୨୮୯ଟି ଦିନିକିଆ ଏବଂ ଆଇପିଏଲର ଅନେକ ଗୁଡ଼ିଏ ମ୍ୟାଚ ଖେଳିଛନ୍ତି ।

Leave A Reply

Your email address will not be published.