କ୍ଷମା ମାଗିଲେ ଆମିର

0

ବଲିଉଡ଼ର ମିଷ୍ଟର୍‌ ପ୍ରଫେକ୍ସନିଷ୍ଟ ଆମିର ଖାନ୍‌ଙ୍କ ବିଗ୍‌ ବଜେଟ୍‌ ଫିଲ୍ମ ‘ଠଗ୍ସ ଅଫ୍‌ ହିନ୍ଦୁସ୍ତାନ’ ଦର୍ଶକଙ୍କ ମନ ଜିତିବାରେ ଅସଫଳ ହୋଇଛି । ଅଭିନେତା ଆମିର୍‌ ବର୍ଷରେ ଥରେ ଫିଲ୍ମ କରିଥାନ୍ତି ଏବଂ ସେହି ଫିଲ୍ମ ପାଇଁ କଠିନ ପରିଶ୍ରମ କରନ୍ତି । ଏଥିପାଇଁ ଦର୍ଶକ ଆମିର୍‌ଙ୍କ ଫିଲ୍ମରୁ କିଛି ଅଧିକ ମନୋରଞ୍ଜନର ଆଶା କରିଥାନ୍ତି । ନିକଟରେ ରିଲିଜ୍‌ ହୋଇଥିବା ଫିଲ୍ମ ‘ଠଗ୍ସ ଅଫ୍‌ ହିନ୍ଦୁସ୍ତାନ’ ପ୍ରଥମ ଦିନ ୫୨ କୋଟି ଟଙ୍କା ବ୍ୟବସାୟ କରିଥିଲା । କିନ୍ତୁ ନକାରାତ୍କମ ପ୍ରତିକ୍ରିୟା ପାଇଁ ପରବର୍ତ୍ତୀ ଦିନ ଗୁଡିକରେ ଫିଲ୍ମର ଆୟ କମିବାକୁ ଲାଗିଲା । ଯାହାଫଳରେ ନିମ୍ନମାନର ଆୟ ପାଇଁ ପ୍ରେକ୍ଷାଳୟର ମାଲିକ ମାନେ ଫିଲ୍ମକୁ ବନ୍ଧ କରିବା ପାଇଁ ନିଷ୍ପତି ନେଲେ । ବିଶେଷ କଥା ହେଉଛି, ଏବେ ଆମିର୍‌ ଦର୍ଶକଙ୍କ ଆଶାକୁ ପୂରଣ ନ କରିପାରିବାରୁ ଦର୍ଶକଙ୍କୁ କ୍ଷମା ପ୍ରାର୍ଥନା କରିଛନ୍ତି । ସେ କହିଛନ୍ତି, ଅନେକ ଲୋକ ଅଛନ୍ତି ଯାହାଙ୍କୁ ଏହି ଫିଲ୍ମ ଆନ୍ଦୋ ପସନ୍ଦ ଆସିନାହିଁ । ଏଥିପାଇଁ ମୁଁ ତାଙ୍କୁ କ୍ଷମା ମାଗୁଛି । କାରଣ ଆମେ ତାଙ୍କୁ ମନୋରଞ୍ଜନର ଖୋରାକ୍‌ ଯୋଗାଇବାରେ ଅସମର୍ଥ ରହିଲୁ । ଏଥିପାଇଁ ମୁଁ ଖୁବ୍‌ ଦୁଃଖିତ । କିଛି ଦର୍ଶକଙ୍କୁ ମୋ ଫିଲ୍ମ ଖୁବ୍‌ ପସନ୍ଦ ମଧ୍ୟ ଆସିଛି । ଏଥିପାଇଁ ମୁଁ ତାଙ୍କୁ ଧନ୍ୟବାଦ ଜ୍ଞାପନ କରୁଛି । କିନ୍ତୁ ପସନ୍ଦ ଆସିଥିବା ଦର୍ଶକଙ୍କ ସଂଖ୍ୟା ଅନେକ କମ୍‌ । ଏହା କହିବା ପରେ ସେ ପିଲ୍ମଟି ଖୁବ୍‌ଶୀଘ୍ର ଚୀନ୍‌ରେ ରିଲିଜ୍‌ ହେବା ନେଇ ସୂଚନା ଦେଇଥିଲେ ଏବଂ ସେଠାରେ ସେ ଲୋକଙ୍କ ଠାରୁ ଭଲ ରେସ୍ପନ୍ସ ପାଇବାର ଆଶା ରଖିଛନ୍ତି ।

Leave A Reply

Your email address will not be published.