କ୍ୟାନସର ଭଲ କରିବ ୟୁମିନୋ ଥେରାପି

0

ପ୍ରତିଦିନ ସାରା ବିଶ୍ୱରେ କେତେ ଲୋକ କ୍ୟାନସର ରୋଗରେ ପିଡିତ ହୋଇ ମୃତୁ୍ୟ ବରଣ କରୁଛନ୍ତି । ସେଥିପାଇଁ ଲଣ୍ଡନ ସ୍ଥିତ ସେଣ୍ଟ ବାର୍ଥୋଲୋମେୱକୁ ମେଡିକାଲରେ ଗବେଷକମାନେ ଇମୁ୍ୟନୋଥେରାପିକୁ ପରୀକ୍ଷଣ କରିବା ପରେ ଏହି ନିଷ୍କର୍ଷ ବାହାର କରିଛିନ୍ତି । ଚର୍ଥୁତ ସ୍ତରରେ ପହଞ୍ଚିବା ପରେ କ୍ୟାନ୍ସର ଉପଚାର କରିବା ଅସମ୍ଭବ ବୋଲି କୁହାଯାଏ କାରଣ ଏହି ଷ୍ଟେଜରେ କ୍ୟାନ୍ସର ଶରୀରରେ ବ୍ୟାପିଯାଇଥାଏ । କିନ୍ତୁ ଇମୁ୍ୟନୋଥେରାପି ଜରିୟାରେ ବୈଜ୍ଞାନିମାନେ କ୍ୟାନ୍ସର ଟୁ୍ୟମର ସହିତ ଲଢ଼ିବା ପାଇଁ ଆଣ୍ଟିବଡିଜର ଆବିଷ୍କାର କରିଛନ୍ତି ଯାହା ଶରୀରରେ ଟି ସେଲ୍ସ ସହିତ ଲଢ଼ିବା ପାଇଁ ସଫଳ ହୋଇଛି । ଏହି ଥେରାପି ବ୍ରେଷ୍ଟ କ୍ୟାନ୍ସର, କିଡ୍‌ ନୀ କ୍ୟାନ୍ସର, ଲଙ୍ଗ କ୍ୟାନ୍ସର ଆଦି ଭଲ କରିବାରେ ସହାୟକ ହେଉଛି । ତେବେ ଇମୁ୍ୟନୋଥେରାପି ଏକ ପ୍ରକାର ଉପଚାର ଯାହା ଶରୀରର ପ୍ରତିରୋଧକ କୋଷ(ଇମୁ୍ୟନୋ ସିଷ୍ଟମ )କୁ ପ୍ରେରିତ କରେ, ତାକୁ ବୃଦ୍ଧି ଏବଂ ମଜଭୂତ କରେ । ଇମୁ୍ୟନୋଥେରାପି ପ୍ରୟୋଗ କିଛି ବିଶେଷ ପ୍ରକାର କ୍ୟାନ୍ସର ଓ ଇନମ୍ଫେଲେମେଟରୀ ରୋଗ ଭଳି ରିୟୁମେଟାଇଡ ଅର୍ଥରାଇଟସ, କ୍ରୋନ୍ସ ଡିଜିଜ୍‌ ଓ ମଲଫିପଲ ସ୍କଲେରୋସିସ ରୋଗର ଚିକିସିା କରିବା ପାଇଁ ବ୍ୟବହାର କରାଯାଏ । ତେବେ ଏହାକୁ ବାୟୋଲୋଜିକାଲ ଥେରାପି ମଧ୍ୟ କୁହାଯାଏ ।

Leave A Reply

Your email address will not be published.