କ୍ୟାପ୍‌ସନ୍‌ ପଡ଼ିଲା ଭାରି

0

ଆଇଡିଆଲ୍‌ କପଲ ବିରାଟ-ଅନୁଷ୍କା । ଜଣେ ଫିଲïରେ ନିଜର କମାଲ ଦେଖାଉଥିବାବେଳେ ଆଉ ଜଣେ ନିଜର ଆକଫିଂ ଜରିଆରେ ଦର୍ଶକଙ୍କ ମନ ମୋହନ୍ତି । ପତି-ପନିୀ ଦୁହେଁ ସୋସାଲ ମିଡ଼ିଆରେ ବେଶ୍‌ ଆକ୍‌ଟିଭ୍‌ । ବର୍ତ୍ତମାନ ଏ ଲଭ୍‌ବାର୍ଡ ନୁ୍ୟଜିଲ୍ୟାଣ୍ଡରେ ଭାକେସନ ମନାଉଛନ୍ତି । ତେବେ ଅନୁଷ୍କା ଓ ବିରାଟ ଜଙ୍ଗଲରେ ଏକାଠି ବସିଥିବାର ଏକ ଫଟୋ ସୋସାଲ ମିଡ଼ିଆରେ ପୋଷ୍ଟ କରିଥିଲେ । ଯେଉଁଥିରେ ସେ କ୍ୟାପ୍‌ସନ୍‌ ଦେଇଥିଲେ ‘ବେଷ୍ଟଫ୍ରେଣ୍ଡ ଫର୍‌ଏଭର୍‌ ।’ କିନ୍ତୁ ସୋସାଲ ମିଡ଼ିଆ ୟୁଜରମାନେ ଏହି କ୍ୟାପ୍‌ସନ୍‌କୁ ସହଜରେ ହଜମ କରିପାରି ନାହାନ୍ତି ଯାହାପାଇଁ ଅନୁଷ୍କାଙ୍କୁ ୟୁଜରମାନଙ୍କ ଦ୍ୱାରା ସମାଲୋଚନାର ଶିକାର ହେବାକୁ ପଡ଼ିଛି । ଅନୁଷ୍କା ୟୁଜରମାନଙ୍କ ଦ୍ୱାରା ସମାଲୋଚିତ ହେବାର ଏହା ପ୍ରଥମ ନୁହଁ । ଏହାପୂର୍ବରୁ ଗତ ଜାନୁଆରୀ ୨୦ ତାରିଖରେ ଅନୁଷ୍କା ଅଷ୍ଟ୍ରେଲିଆନ୍‌ ଓପନ୍ସ ଦେଖିବାକୁ ପହଁଞ୍ଚିଥିଲେ । ଏ ଅବସରରେ ଅନୁଷ୍କା ରେଜର ଫେଡ଼େରର ଓ ବିରାଟଙ୍କ ସହ ଏକ ଫଟୋକୁ ସୋସାଲ ମିଡ଼ିଆରେ ସେୟାର କରିଥିଲେ । ତେବେ ଅନୁଷ୍କା ସେୟାର କରିଥିବା ଏହି ଫଟୋରେ କ୍ୟାପ୍‌ସନ୍‌ ଦେଇଥିଲେ ‘ଥିୀ ଲିଜେଣ୍ଡ ଇନ୍‌ ଏ ଫ୍ରେମ୍‌ ।’ ନିଜକୁ ଲିଜେଣ୍ଡ କହିବା କାରଣରୁ ଅନୁଷ୍କା ୟୁଜରମାନଙ୍କ ଦ୍ୱାରା ସମାଲୋଚିତ ହୋଇଥିଲେ । ଅନୁଷ୍କାଙ୍କ କ୍ୟାରିୟର କଥା କହିବାକୁ ଗଲେ ଚଳିତବର୍ଷ ଅନୁଷ୍କାଙ୍କର ଦୁଇଟି ଫିଲ୍ମ ରିଲିଜ ହେବାକୁ ଅଛି ।

Leave A Reply

Your email address will not be published.