ଲକ୍ଷ୍ନୌ,୧/୬ :ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଏବେ ମନ୍ତ୍ରୀମଣ୍ଡଳ ପାଇଁ ନୂତନ ନିୟମ ଲାଗୁ କରିଛନ୍ତି । ଏଣିକି କ୍ୟାବିନେଟରେ ମନ୍ତ୍ରୀମାନେ ନିଜ ସହ ମୋବାଇଲ ଫୋନ ନେଇ ଯାଇ ପାରିବେ ନାହିଁ । ଏନେଇ ମୁଖ୍ୟମନ୍ତ୍ରୀଙ୍କ ତରଫରୁ ନିର୍ଦ୍ଦେଶ ଦିଆଯାଇଛି । ଏବେ କ୍ୟାବିନେଟ କକ୍ଷ ବାହାରେ ମନ୍ତ୍ରୀମାନଙ୍କୁ ନିଜ ଫୋନ ଛାଡିବାକୁ ପଡିବ ।
ମୁଖ୍ୟମନ୍ତ୍ରୀଙ୍କ ଅନୁଯାୟୀ, କ୍ୟାବିନେଟ ବୈଠକରେ କୌଣସୀ ପ୍ରକାରର ବ୍ୟବଧାନ ନହେଉ । ସମସ୍ତ ଗମ୍ଭୀର ଭାବରେ ଏଥିରେ ଅଂଶ ଗ୍ରହଣ କରନ୍ତୁ । ତେଣୁ ବୈଠକ ମଧ୍ୟକୁ ଫୋନ ନେଇଯିବା ଉପରେ ପ୍ରତିବନ୍ଧକ ଲଗାଯାଇଛି । ଏହି ଆଦେଶ ମନ୍ତ୍ରୀମାନଙ୍କ ସହ ଅଫିସରମାନଙ୍କ ଉପରେ ମଧ୍ୟ ଲାଗୁ ହେବ ।
ଏହାକୁ ନେଇ ମୁଖ୍ୟ ସଚିବ ଅନୁପ ଚନ୍ଦ୍ର ପାଣ୍ଡ୍ୟା ନିର୍ଦ୍ଦେଶ ଦେଇଛନ୍ତି । ଏଥିରେ କୁହାଯାଇଛି କି, ଲୋକଭବନ ସ୍ଥିତ ମନ୍ତ୍ରୀ ପରିଷଦ କକ୍ଷରେ କୌଣସୀ ପ୍ରକାରର ମୋବାଇଲ ନେବା ପ୍ରତିବନ୍ଧିତ । ଏହି ପତ୍ର ଉପମୁଖ୍ୟମନ୍ତ୍ରୀ, ସମସ୍ତ କ୍ୟାବିନେଟ ମନ୍ତ୍ରୀ, ସ୍ୱତନ୍ତ୍ର ପ୍ରଭାର, ସମସ୍ତ ରାଜ୍ୟ ମନ୍ତ୍ରୀ ଏବଂ ରାଜ୍ୟ ମନ୍ତ୍ରିଙ୍କ ସଚିବମାନଙ୍କୁ ମାନିବାକୁ ଦିଆଯାଇଛି । ଏବେ ଠାରୁ ମୁଖ୍ୟମନ୍ତ୍ରୀ ବୈଠକ କକ୍ଷ ବାହାରେ ନିଜ ମୋବାଇଲ ଫୋନ ଛାଡିବାକୁ ପଡିବ । ଏଥିପାଇଁ ଟୋକନ ସିଷ୍ଟ କରାଯିବ । ଫଳରେ ମୋବାଇଲ ଫେରସ୍ତ କରିବା ସମୟରେ ସୁବିଧା ହେବ ।