କ୍ୱାଲ୍‌କମ୍‌ର ଦ୍ୱିତୀୟ ପିଢ଼ିର ଚିପ୍‌

0

ଦୁନିଆର ସବୁଠାରୁ ବଡ ମୋବାଇଲ୍‌ ଡେଟା ଚିପ୍‌ସେଟ୍‌ ନିର୍ମାତା କମ୍ପାନୀ କ୍ୱାଲକମ୍‌ ଇଙ୍କ୍‌ର ଦ୍ୱିତୀୟ ପିଢ଼ିର ୫ଜି ଚିପ୍‌ସେଟ୍‌ ପ୍ରସ୍ତୁତ କରିଛି ଯାହାକୁ ଏକ୍ସ୫୫ କୁହାଯାଯାଉଛି । ଏହି ଚିପ୍‌ ସେଟ୍‌ ୨୦୧୯ର ଶେଷ ସୁଦ୍ଧା ବଜାରକୁ ଆସିଯିବ ବୋଲି ଅନୁମାନ କରାଯାଉଛି । ଏହା ମାଧ୍ୟମରେ ବ୍ୟବହାରକାରୀ ୭ ଜିବିପିଏସ୍‌ ପର୍ଯ୍ୟନ୍ତ ଡାଟା ୱାୟାରଲେସ୍‌ ସ୍ପିଡ୍‌ ପାଇପାରିବେ । କ୍ୱାଲକମ୍‌ର ନୂଆ ସିଲିକନ୍‌ ଚିପ୍‌ସେଟ୍‌ର ଗୁଡିଏ ଅଂଶବିଶେଷ ଗୋଟିଏ ସେଟ୍‌ରେ ମିଳିପାରିବ । ଚିପ୍‌ଦ୍ୱାରା ସ୍ମାର୍ଟଫୋନ୍‌କୁ ଆହୁରି ପତଳା କରାଯାଇପାରିବ । ଆସନ୍ତାବର୍ଷରେ ୫ଜି ସପୋର୍ଟ ଡିଭାଇସ୍‌ଗୁଡିକର ଖୁବ୍‌ ଚାହିଦା ରହିବ । କମ୍ପାନୀ ଏହି ପ୍ରୟାସ ଦୁନିଆର ସବୁଠାରୁ ବଡ ସ୍ମାର୍ଟଫୋନ୍‌ ନିର୍ମାତା କମ୍ପାନୀ ସାମସଙ୍ଗ୍‌ର ଗ୍ୟାଲେକ୍ସି ସିରିଜ୍‌ର ନୂଆ ଫ୍ଲାଗ୍‌ଶିପ୍‌ ମଡେଲ୍‌ରେ କରିଛି ବୋଲି ଘୋଷଣା ହୋଇଛି । ୨୦୧୯ରେ ସାମସଙ୍ଗ୍‌ ଓ କ୍ୱାଲକମ୍‌ ପ୍ରୟାସରେ ୫ଜି ଫୋନ୍‌ ଲଞ୍ଚ କରାଯିବ ବୋଲି ଘୋଷଣା ହୋଇଥିଲା । ୫ଜି ନିର୍ମାଣକାରୀ କମ୍ପାନୀ ମଧ୍ୟରେ କ୍ୱାଲକମ୍‌ ପ୍ରଥମ ବୋଲି ଜଣାପଡିଛି । ହୁଆେୱ ମଧ୍ୟ ୫ଜି ଉପରେ ନିର୍ମାଣ କାର୍ଯ୍ୟ ଜାରି ରଖିଛି । ସାମସଙ୍ଗ୍‌ ଇକ୍ସନୋସ୍‌ ନାମକ ୫ ଜି ମୋଡେମ୍‌ ପ୍ରସ୍ତୁତ କରିଛି ଯାହାର ମୂଲ୍ୟ ରହିଛି ୫୧୦୦ ଟଙ୍କା । ଚଳିତବର୍ଷ ତାଇବାନୀ କମ୍ପାନୀ ମିଡିଆଟେକ୍‌, ଇନ୍‌ଟେଲ୍‌ ସହ ମିଶି ୫ଜି ଚିପ୍‌ ପ୍ରସ୍ତୁତ କରୁଛି ଯାହା ଖୁବ୍‌ ଶୀଘ୍ର ବଜାରରେ ଉପଲବ୍ଧ ହେବ ।

Leave A Reply

Your email address will not be published.