ଖରଭୂଜ ଖାଇ, କରନ୍ତୁ ଓଜନ ହ୍ରାସ

0

ଖରଭୂଜକୁ ଆଣ୍ଟି ଅକ୍ସିଡାଣ୍ଟର ସ୍ରୋତ କୁହାଯାଏ । ଖାସ୍‌ ସେଥିପାଇଁ ଖରଭୂଜ ଖାଉଥିବା ଲୋକଙ୍କର ହୃଦ୍‌ରୋଗ ଓ କ୍ୟାନ୍ସର ହେବା ଆଶଙ୍କା ବହୁତ କମ୍‌ ଥାଏ । ଖରଭୂଜରେ ୯୫% ଜଳ ଥାଏ । ଏହାବ୍ୟତୀତ ଏଥିରେ ଭିଟାମିନ୍‌ ଓ ମିନେରାଲ୍ସ ମଧ୍ୟ ଥାଏ । ଏଥିଯୋଗୁଁ ଏହା ଶରୀର ପାଇଁ ବେଶ୍‌ ଲାଭଦାୟକ ହୋଇଥାଏ । ଏଥିରେ ଥିବା ତତ୍ତ୍ୱ ଶରୀରକୁ ଥଣ୍ଡା ରଖିବା ସହ କିଡ୍‌ନୀକୁ ସୁସ୍ଥ ରଖିଥାଏ । ଓଜନ ହ୍ରାସ କରିବାରେ ମଧ୍ୟ ଖରଭୂଜ ସାହାଯ୍ୟ କରେ । ଖରଭୂଜରେ ସୁଗାର୍‌ ଓ କ୍ୟାଲୋରୀ ମଧ୍ୟ ବହୁତ କମ୍‌ ଥାଏ । ସେଥିପାଇଁ ଖରଭୂଜ ଖାଇଲେ ଜଣେ ମେଦବୃଦ୍ଧିରେ ଆକ୍ରାନ୍ତ ହେବା ଆଶଙ୍କା ନଥାଏ । ଏଥିରେ ଆଣ୍ଟିଅକ୍ସିଡାଣ୍ଟ ଅଧିକ ପରିମାଣରେ ଥିବାରୁ ଖରଭୂଜ ଖାଉଥିବା ଲୋକଙ୍କର ହୃଦ୍‌ରୋଗ ଓ କ୍ୟାନ୍ସର ହେବା ଆଶଙ୍କା ବହୁତ କମ୍‌ । ଖରଭୂଜରେ ଥିବା ଭିଟାମିନ୍‌-ସି’ ଓ ବିଟାକେରୋଟିନ୍‌ କ୍ୟାନ୍ସରକୁ ରୋକିବାରେ ସହାୟକ ହୋଇଥାଏ । ଖରଭୂଜରେ ଥିବା ପୋଟାସିୟମ୍‌ ଶରୀରରେ ସୋଡିୟମ୍‌କୁ ବାହାର କରିବାରେ ସାହାଯ୍ୟ କରେ । ସେହିଭଳି ମାସିକ ଧର୍ମ ସମୟରେ ମହିଳାମାନେ ଖରଭୂଜ ଖାଇବା ଦ୍ୱାରା ଏହା ଅଧିକ ରକ୍ତତ୍ସାବକୁ ରୋକିଥାଏ । ଏହା ଅନିଦ୍ରାକୁ ଦୂର କରେ ।

Leave A Reply

Your email address will not be published.