ନୂଆଦିଲ୍ଲୀ, ୫/୧: ହିମାଚଳ ପ୍ରଦେଶର ଏକ ଘାଟି ରାସ୍ତାରୁ ଘରୋଇ ସ୍କୁଲ୍ ବସ୍ ଖସିପଡ଼ିବାରୁ ୫ ପିଲା ଓ ଡ୍ରାଇଭରଙ୍କ ମୃତୁ୍ୟ ହୋଇଛି । ନିକଟବର୍ତ୍ତୀ ଗାଁମାନଙ୍କରୁ ପିଲାମାନଙ୍କୁ ନେଇ ଡିଏଭି ପବ୍ଲିକ୍ ସ୍କୁଲ୍ର ବସଫି ଯାଉଥିବା ବେଳେ ସକାଳ ପ୍ରାୟ ୮: ୩୦ ବେଳେ ଦୁର୍ଘଟନାଗ୍ରସ୍ତ ହୋଇଥିଲା । ପିଲାମାନଙ୍କର ବୟସ ୧୦ରୁ କମ୍ ହେବଛ ସିରମୌର ଡେପୁଟି କମିସନର୍ ଲଳିତ ଜୈନ କହିଛନ୍ତି, ଆହୁରି ୧୧ ଜଣ ପିଲା ଆହତ ହୋଇଛନ୍ତି ଏବଂ ସେମାନଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛ । ବସ୍ରେ ସମୁଦାୟ ୧୬ ଜଣ ଥିଲେଛ ସ୍ଥାନୀୟ ଲୋକେ ଏବଂ ଉଦ୍ଧାରକାରୀମାନେ ତୁରନ୍ତ ଘଟନାସ୍ଥଳରେ ପହଞ୍ଚି ଥିଲେ । ରାସ୍ତା ବୁଲାଣିରେ ଭାରସାମ୍ୟ ରକ୍ଷା କରି ନ ପାରିବାରୁ ଦୁର୍ଘଟଣା ଘଟିଥିବା କଥା ପ୍ରାଥମିକ ତଦନ୍ତରୁ ଜଣାପଡ଼ିଛି ।