ଶରୀରକୁ ସୁସ୍ଥ ରଖିବା ପାଇଁ ଆମେ ଆମ ଖାଦ୍ୟରେ ପୃଷ୍ଟିସାର ଯୁକ୍ତ ପଦାର୍ଥ ସାମିଲ କରୁ । କିନ୍ତୁ କେବଳ ଏହାର ସେବନ କରିବା ଯଥେଷ୍ଠ ହୋଇନଥାଏ ବରଂ ସୁସ୍ଥ ଶରୀର ପାଇଁ ସମୟରେ ଖାଇବା ଏବଂ ତାକୁ ଠିକ ଭାବରେ ହଜମ କରିବା ଗୁରୁତ୍ୱପୁର୍ଣ୍ଣ ହୋଇଥାଏ । ତେବେ ଆମ ମଧ୍ୟରେ ଏପରି ଅନେକ ବ୍ୟକ୍ତି ଖାଦ୍ୟ ଗ୍ରହଣ କରିବା ପରେ ଏଭଳି ଭୁଲ କରିଥାନ୍ତି ଯାହା ଫଳରେ ଶରୀରକୁ ଖାଦ୍ୟର ପୋଷଣ ମିଳିବା ବଦଳରେ ଏହାର ବିପରୀତ ପ୍ରଭାବ ପଡିଥାଏ । ତେବେ ଆସନ୍ତୁ ଜାଣିବା ଖାଦ୍ୟ ଗ୍ରହଣ କରିବା ପରେ କ’ଣ କରିବା ଉଚିତ ନୁହେଁ ।
– ଖାଦ୍ୟ ଖାଇବା ପରେ ସ୍ନାନ କରିବାର ଅଭ୍ୟାସଠାରୁ ଦୂରେଇ ରହିବା ଉଚିତ । ଏହା ଆପଣଙ୍କ ଶରୀର ପାଇଁ କ୍ଷତିକାରକ ସାବ୍ୟସ୍ତ ହୋଇପାରେ । ଖାଦ୍ୟ ଖାଇବା ପରେ ସ୍ନାନ କରିବା ଦ୍ୱାରା ପେଟର ଚାରି ପାଶ୍ୱରେ ରକ୍ତ ପ୍ରବାହ ବଢିଯାଇଥାଏ । ଯାହା ପାଚନ କ୍ରିୟାକୁ ପ୍ରଭାବିତ କରିଥାଏ ଏବଂ ଖାଇବା ଠିକ ଭାବରେ ହଜମ ହୋଇନଥାଏ ।
– ଅନେକ ଲୋକଙ୍କୁ ଖାଦ୍ୟ ଖାଇବା ପରେ ଚା’ ପିଇବାର ଅଭ୍ୟାସ ଥାଏ । ଯଦି ଆପଣ ମଧ୍ୟ ଏଭଳି ଅଭ୍ୟାସ ଆପଣାଉଛନ୍ତି ତ ସାବଧାନ ହୋଇଯାଆନ୍ତୁ । କାରଣ ଚା’ପତ୍ରରେ ଅଧିକ ଅମ୍ଳସାର ରହିଥାଏ, ଯାହା ପାଚନ କ୍ରିୟାକୁ ପ୍ରଭାବିତ କରିଥାଏ ଏବଂ ଖାଦ୍ୟ ଠିକ ଭାବରେ ହଜମ ହୋଇନଥାଏ । ଖାଦ୍ୟ ଖାଇବାର ୨ ଘଣ୍ଟା ପର୍ଯ୍ୟନ୍ତ ଚା’ ଠାରୁ ଦୂରେଇ ରୁହନ୍ତୁ ।
– ସିଗାରେଟ ସ୍ୱାସ୍ଥ୍ୟ ପାଇଁ ହାନିକାରକ ହୋଇଥାଏ, କିନ୍ତୁ ଖାଦ୍ୟ ଖାଇବା ପରେ ଧୂମପାନ କରିବା ଦ୍ୱାରା ତାହା ଆପଣଙ୍କ ଶରୀର ପ୍ରତି ୧୦ ଗୁଣ କ୍ଷତିକାରକ ସାବ୍ୟସ୍ତ ହୋଇଥାଏ ।
– ଖାଦ୍ୟ ଖାଇବାର କିଛି ସମୟ ପର୍ଯ୍ୟନ୍ତ ସୋଇବାରୁ ବର୍ଜିତ ରୁହନ୍ତୁ । କାରଣ ଖାଦ୍ୟ ଖାଇ ତୁରନ୍ତ ସୋଇବା ଦ୍ୱାରା ପାଚନ କ୍ରିୟା ଠିକ ଭାବରେ କାର୍ଯ୍ୟକାରୀ ହୋଇ ନଥାଏ । ଯାହା ଦ୍ୱାରା ଗ୍ୟାସ ଏବଂ ଅନ୍ତ୍ର ସଂକ୍ରମଣ ଭଳି ରୋଗ ହେବାର ଆଶଙ୍କା ବୃଦ୍ଧି ହୋଇଥାଏ ।
Next Post