ଖାଲକୁ ଖସିଲା କାର୍‌, ୭ ମୃତ, ୩ ଆହାତ

0

ଜାମ୍ମୁ-କାଶ୍ମୀର, ୧୪/୧୨ : ଜାମ୍ମୁ-କାଶ୍ମୀରର ରିୟାସି ଜିଲ୍ଲାରେ ଗୁରୁବାର ଏକ ବଡ ଧରଣର ସଡକ ଦୁର୍ଘଟଣା ଘଟିଛି । ବରଯାତ୍ରୀଙ୍କୁ ନେଇ ଯାଉଥିବା ଏକ ଟାଟା ସୁମୋ କାର ଖାଲରେ ଖସି ପଡିବା କାରଣରୁ ୭ ଜଣ ପ୍ରାଣ ହରାଇଥିବା ବେଳେ ୩ ଜଣ ଆହାତ ହୋଇଥିବା ସୂଚନା ମିଳିଛି । ତେବେ ଦୁର୍ଘଟଣାର ଖବର ମିଳିବା ପରେ ପୋଲିସ ଘଟଣା ସ୍ଥଳରେ ପହଞ୍ଚି ଶବଗୁଡିକୁ ଉଦ୍ଧାର କରି ପୋଷ୍ଟମର୍ଟମ ପାଇଁ ପଠାଇଛି ଏବଂ ଆହାତମାନଙ୍କୁ ହସ୍ପିଟାଲରେ ଭର୍ତ୍ତି କରିଛି । ତେବେ ଦୁର୍ଘଟଣାର କାରଣ ସ୍ପଷ୍ଟ ହୋଇ ନଥିବା ବେଳେ ସଡକରେ ବରଫ ଜମିଥିବା ଯୋଗୁଁ କାରଟି ଭାରସାମ୍ୟ ହରାଇ ଖାଲରେ ଖସି ପଡିଥିବା ଆକଳନ କରାଯାଉଛି ।

Leave A Reply

Your email address will not be published.