ଖୋର୍ଦ୍ଧା ,୧୦/୨: ଖୋର୍ଦ୍ଧା ଓ ଜଟଣୀ ମ୍ୟୁନିସିପାଲିଟିର ୧୮୯୩ ଜଣ ବସ୍ତି ବାସିନ୍ଦାଙ୍କୁ ରବିବାର ଜମି ପଟ୍ଟା ବଣ୍ଟନ କରାଯାଇଛି। ଏ ନେଇ ହାବେଳି ପଡ଼ିଆରେ ଅନୁଷ୍ଠିତ ସଭାରେ ଜିଲାପାଳ ନିର୍ମଳ ଚନ୍ଦ୍ର ମିଶ୍ରଙ୍କ ଅଧ୍ୟକ୍ଷତାରେ ଜିଲା ଯୋଜନା କମିଟି ଅଧ୍ୟକ୍ଷ ତଥା ଖୋର୍ଦ୍ଧା ବିଧାୟକ ମୁଖ୍ୟଅତିଥି ଓ ସମ୍ମାନିତ ଅତିଥି ଭାବେ ଜିଲା ପରିଷଦ ଅଧ୍ୟକ୍ଷ ପ୍ରଫୁଲ୍ଲ ଦଳେଇ ଯୋଗ ଦେଇଥିଲେ । ଖୋର୍ଦ୍ଧା ମ୍ୟୁନିସିପାଲିଟିରେ ୨୪ଟି ବସ୍ତି ଚିହ୍ନଟ କରାଯାଇ ୮୦୪ ଜଣଙ୍କୁ ଜମି ପଟ୍ଟା ଦିଆଯାଇଥିବା ବେଳେ ଜଟଣୀ ମ୍ୟୁନିସିପାଲିଟିର ୧୩ଟି ବସ୍ତି ଚିହ୍ନଟ କରାଯାଇ ୧୦୮୯ ଜଣଙ୍କୁ ଅନୁରୂପ ଜମିପଟ୍ଟା ବଣ୍ଟନ କରାଯାଇଛି । ବାଦ୍ ପଡିଥିବା ବସ୍ତି ବାସିନ୍ଦାଙ୍କୁ ପରବର୍ତ୍ତୀ ପର୍ଯ୍ୟାୟରେ ଏହା ଯୋଗାଇ ଦିଆଯିବ ବୋଲି କୁହାଯାଇଛି। ଏଥିରେ ମ୍ୟୁନିସିପାଲିଟିର ନିର୍ବାହୀ ଅଧିକାରୀ ଉପସ୍ଥିତ ଥିଲେ ।