ଖ୍ରୀଷ୍ଟମାସ ପାଇଁ ପ୍ରସ୍ତୁତି ଆରମ୍ଭ

0

ନୂଆଦିଲ୍ଲୀ,୨୪/୧୨: ଆଉ କେଇଘଣ୍ଟା ପରେ ପାଳନ ହେବ ପ୍ରଭୁ ଯିଶୁଙ୍କ ଜନ୍ମଦିବସ ଖ୍ରୀଷ୍ଟମାସ। ଏବେଠାରୁ ଆରମ୍ଭ ହେଲାଣି କାଉଣ୍ଟ ଡାଉନ୍‌। ସୋମବାର ଠିକ୍‌ ରାତି ୧୨ଟାରେ ଏହି ପର୍ବକୁ ପାଳନ କରିବାକୁ ସମସ୍ତେ ଏକ ପ୍ରକାର ପ୍ରସ୍ତୁତି ଶେଷ କରି ସାରିଲେଣି। ଗାଁଠାରୁ ସହର ସବୁଠି ଉତ୍ସବର ମାହୋଲ। ଖ୍ରୀଷ୍ଟିଆନ୍‌ ସମ୍ପ୍ରଦାୟର ଲୋକେ ସେମାନଙ୍କ ଘରକୁ ବିଭିନ୍ନ ଆଲୋକମାଳାରେ ସଜାଇ ସାରିଲେଣି। ଝଲସି ଉଠୁଛି ଚର୍ଚ୍ଚ। ରଙ୍ଗବେରଙ୍ଗର ଆଲୋକରେ ସଜେଇ ହେଲାଣି ଚର୍ଚ୍ଚ। ସାନ୍ତା କ୍ଲଜ, ଖ୍ରୀଷ୍ଟମାସ୍‌ ଟ୍ରୀ, ଗିପ୍ଟ ପ୍ୟାକ, ଚକୋଲେଟ୍‌, କେକ୍‌ ଆଦି ପ୍ରସ୍ତୁତ। ଅପେକ୍ଷା ରାତି ୧୨ଟାକୁ। ପ୍ରଭୁ ଯିଶୁ ଧରାବତରଣ କରିବେ। ସମସ୍ତଙ୍କ ଜୀବନରେ ସୁଖଶାନ୍ତି ଭରିଦେବେ।

Leave A Reply

Your email address will not be published.