ଗଣମାଧ୍ୟମକୁ ଭୟ କରୁଥିବା ପ୍ରଧାନମନ୍ତ୍ରୀ ମୁଁ ନଥିଲି

0

ନୂଆଦିଲ୍ଲୀ, ୧୯/୧୨ : ସର୍ବଦା ଗଣମାଧ୍ୟମଠାରୁ ଦୂରେଇ ରହୁଥିବା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ସମାଲୋଚନା କରି ପୁର୍ବ ପ୍ରଧାନମନ୍ତ୍ରୀ ମନମୋହନ ସିଂହ କହିଛନ୍ତି କି ଲୋକେ ମତେ ର୍ନିବାକ ପ୍ରଧାନମନ୍ତ୍ରୀ ବୋଲି କହୁଥିଲେ । କିନ୍ତୁ ମୁଁ କେବେ ଗଣମାଧ୍ୟମ ସହ କଥା ହେବାକୁ ଭୟ କରୁ ନଥିଲି । ମୁଁ ନିୟମିତ ଗଣମାଧ୍ୟମ ସହ ସାକ୍ଷାି କରୁଥିଲି ଏବଂ ପ୍ରତି ବିଦେଶ ଯାତ୍ରାରୁ ଫେରିବା ପରେ ସାମ୍ବାଦିକ ସମ୍ମିଳନୀର ଆୟୋଜନ କରୁଥିଲି । ନିଜ ପୁସ୍ତକ ‘ଚେଞ୍ଜିଙ୍ଗ ଇଣ୍ଡିଆ’ର ଉନ୍ମୋଚନ ଉତ୍ସବରେ ଶ୍ରୀ ସିଂହ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଉପରେ ଗଣମାଧ୍ୟମଠାରୁ ଦୂରେଇ ରହିବା ଏବଂ ଡରିବାର ଆରୋପ ଲଗାଇଛନ୍ତି । ସେ କହିଛନ୍ତି ଯେ, ଲୋକେ କହନ୍ତି ମୁିଁ ଜଣେ ନିର୍ବାକ ପ୍ରଧାନମନ୍ତ୍ରୀ ଥିଲି, କିନ୍ତୁ ମୋ ଛବିର ଜବାବ ମୋ ପୁସ୍ତକ ଦେବ । ପ୍ରଧାନମନ୍ତ୍ରୀ ଭାବେ ମୁଁ ନିଜେ ନିଜର ଗୁଣ ବଖାଣିବାକୁ ଚାହୁଁ ନାହିଁ, କିନ୍ତୁ ମୋ ଜୀବନର ପ୍ରତ୍ୟକ ଘଟଣା ପାଞ୍ଚ ଖଣ୍ଡରେ ବିଭକ୍ତ ଏହି ପୁସ୍ତକରେ ଉଲ୍ଲେଖ ଅଛି ।

Leave A Reply

Your email address will not be published.