ଗର୍ଭବତୀ ପିଅନ୍ତି ପଶୁରକ୍ତ

ମା’ ହେବାର ସ୍ୱପ୍ନ ପ୍ରତ୍ୟେକ ମହିଳା ଦେଖିଥାନ୍ତି । ଏହା ସହ ମହିଳାମାନେ ଚାହିଁଥାନ୍ତି ସେ ଗୋଟିଏ ସୁନ୍ଦର ଶିଶୁକୁ ଜନ୍ମ ଦିଅନ୍ତୁ ବୋଲି । ତେବେ ସୁନ୍ଦର ପିଲା ଜନ୍ମ ପାଇଁ ମହିଳା ଗର୍ଭଧାରଣ ସମୟରେ ନାନା ପ୍ରକାରର ସୁସ୍ୱାଦୁ ଖାଦ୍ୟ ପଦାର୍ଥମାନ ଗ୍ରହଣ କରନ୍ତି । କିନ୍ତୁ ପୃଥିବୀରେ ଏମିତି ଗାଟିଏ ଜାଗା ଅଛି ଯେଉଁଠାରେ ମା’ମାନେ ଯଦି ସୁନ୍ଦର ପିଲା ଜନ୍ମ କରନ୍ତି ତେବେ ତାଙ୍କୁ ଦଣ୍ଡ ମିିଳିଥାଏ । ଯେଉଁଠାରେ ଯଦି କୌଣସି ତୃଟି ବସତଃ ଗୋରା ବା ଶ୍ୟାମଳ ରଙ୍ଗର ପିଲା ଜନ୍ମ ହୋଇଯାଏ ତେବେ ସେ ପିଲାକୁ ସଙ୍ଗେ ସଙ୍ଗେ ମରଣ ଯନ୍ତାକୁ ଠେଲିଦିଆଯାଏ । ଏପରି ଭୟଙ୍କର ପରମ୍ପରା ଆପଣ ଆଣ୍ଡାମାନର ଜାରୱା ପରମ୍ପରାରେ ଦେଖିପାରିବେ । ଏଠାରେ ମା’ମାନେ ପିଲା ଜନ୍ମ କରିବା ପୂର୍ବରୁ ପଶୁ ରକ୍ତ ପିଇଥାନ୍ତି । ସେମାନଙ୍କ କହିବା ମୁତାବକ ଯଦି ଗର୍ଭଧାରଣ କରିଥିବା ମହିଳା ପଶୁରକ୍ତ ପିଅନ୍ତି ତେବେ ସେମାନେ ନିଶ୍ଚିତଭାବେ କଳା ଶିଶୁ ହିଁ ଜନ୍ମ କରନ୍ତି । ଜାରୱା ପରମ୍ପରା ଅନୁସାରେ ପ୍ରତ୍ୟେକ ମହିଳା ପ୍ରତିଟି ଶିଶୁକୁ ସ୍ତନ୍ୟପାନ କରାଇଥାନ୍ତି ଏହା କରିବା ଦ୍ୱାରା ସେମାନଙ୍କ ସମ୍ପ୍ରଦାୟରେ ପବିତ୍ରତା ବଢିଥାଏ ବୋଲି ଏମାନଙ୍କ ବିଶ୍ୱାସ ରହିଛି ।