ଗହମ ଘାସ ସମସ୍ତ ଘାସ ମଧ୍ୟରେ ଶ୍ରେଷ୍ଠ । ଏହାର ରସରେ ମନୁଷ୍ୟର ଆବଶ୍ୟକ ଅନୁଯାୟୀ ସମସ୍ତ ତତ୍ତ୍ୱ ଉପଲବ୍ଧ ହୋଇଥାଏ । ୨୫ କିଲୋ ଶାଗରୁ ଯେତିକି ଭିଟାମିନ୍ ମିଳେ, ୧ କିଲୋ ଗହମ ଘାସରୁ ସେତିକି ଭିଟାମିନ୍ ମିଳେ । ଏଥିରେ ଶରୀରର ଆବଶ୍ୟକ ସମସ୍ତ ଲବଣ ଅଛି । ଏହା ଏକ ସଂପୂର୍ଣ୍ଣ ଆହାର ଭଳି କାମ କରେ । ଏଥିରେ କ୍ଲୋରୋଫିଲ୍, ମ୍ୟାଗ୍ନେସିୟମ୍, ଭିଟାମିନ୍-ବିକୁ ଛାଡି ଅନ୍ୟ ସମସ୍ତ ଭିଟାମିନ୍ ଅଛି । ଏହି ଘାସର ରସରେ ଯଥେଷ୍ଟ ପରିମାଣର ଭିଟାମିନ୍-ସି ଅଛି । ଏହା ଭିଟାମିନ୍ -‘ଏ’ରେ ଭରପୂର । ଶରୀର ପାଇଁ ଉପଯୋଗୀ ଏନ୍ଜାଇମ୍ ଏଥିରେ ପ୍ରଚୁର ପରିମାଣରେ ଅଛି । ଏହା ମାନବ ରକ୍ତ ପରି କ୍ଷାରୀୟ । ଏହା ଖୁବ୍ଶୀଘ୍ର ରକ୍ତରେ ଅଭିଶୋଷଣ ହୋଇଥାଏ । ଏଥିରେ ଥିବା ଭିଟାମିନ୍ ‘ଇ’ ଯୌନ ସ୍ୱାସ୍ଥ୍ୟ ପାଇଁ ବହୁ ଦରକାର । ଅନ୍ୟାନ୍ୟ ଘାସ ରସ ଭଳି ଗହମ ଘାସ ରସରେ କୌଣସି ହାନିକାରକ ଜିନିଷ ନଥାଏ । ଏହି ରସ ରକ୍ତରେ ଥିବା ବିଷଜାତୀୟ ଜିନିଷକୁ ଦୂର କରେ । ରୋଗ ସୃଷ୍ଟିକାରୀ ଜୀବାଣୁ ଗୁଡିକୁ ନଷ୍ଟ କରେ । ଏହା ଚର୍ମ ରୋଗ, ଟି.ବି, ପେପ୍ଟିକ୍ ଅଲସର୍, ଅଷ୍ଟିଓ ମାଇଲାଇଟିସ୍, ରକ୍ତହୀନତା ଓ ମସ୍ତିଷ୍କକୁ ରକ୍ତସ୍ରାବ ଇତ୍ୟାଦିକୁ ଭଲ କରାଏ । ଗହମ ଘାସକୁ ଚୋବାଇ କରି ଖାଇଲେ ମଧ୍ୟ ବହୁତ ଉପକାର ମିଳେ । ମାତ୍ର ଏହା କଷ୍ଟ ସାପେକ୍ଷ । ଏଥିରେ ଥିବା ଖଦଡା ଅଂଶ କୋଷ୍ଠବଦ୍ଧତାକୁ ଦୂର କରେ । ଏହାକୁ ଭଲଭାବେ ଚୋବାଇ ଖାଇଲେ ବହୁତ ଉପକାର ମିଳେ । ଗ୍ୟାସ୍ ଓ କୋଷ୍ଠକାଠିନ୍ୟ ରୋଗୀଙ୍କ ପାଇଁ ଏହି ରସ ଏକ ବରଦାନ ।