ଗାଈଙ୍କ ଟଏଲେଟ୍‌

0

ଗାଈଙ୍କ ପାଇଁ ଟଏଲଟ୍‌ ! ଏହା ସମସ୍ତଙ୍କୁ ଆଶ୍ଚର୍ଯ୍ୟ ଚକିତ କରିଦେବ । କି;ୁ ଏ କଥା ସତ । ଆମୋନିଆରୁ ଉପିନ ହେଉଥିବା ପ୍ରଦୂଷଣରୁ ପରିବେଶକୁ ବଞ୍ଚାଇବା ଲାଗି ନେଦେରଲାଣ୍ଡରେ ଏହିଭଳି ଏକ ଅଭିନବ ପ୍ରୟାସ ଆରମ୍ଭ ହୋଇଛି । ଜୈନେକ ଡ଼ଚ୍‌ ବୈଜ୍ଞାନିକ ହେନ୍ସକେମ୍ପ ଗାଈମାନଙ୍କ ପରିଶ୍ରାକରିବା ପାଇଁ ଏକ ନୂତନ ଧରଣର ଉପକରଣ ବା ଯନ୍ତ୍ର ପ୍ରସ୍ତୁତ କରିଛନ୍ତି । ଉନ୍ନତ ଚାଷକାର୍ଯ୍ୟରେ ନେଦେରଲାଣ୍ଡ ପୃଥିବୀରେ ଦ୍ୱିତୀୟ ସ୍ଥାନ ଅଧିକାର କରିଛି । ହେନ୍ସଙ୍କ ଫାର୍ମରେ ଏହି ଯନ୍ତ୍ର ବ୍ୟବହାରରେ ପ୍ରତିଦିନ ୧୫ରୁ ୨୦ ଲିଟର ଗୋମୂତ୍ର ସଂଗ୍ରହ କରାଯାଉଛି । ହେନ୍ସ ଏକ ପରୀକ୍ଷଣରୁ ଜାଣିବାକୁ ପାଇଲେ ଯେ ଗୋମୂତ୍ରରୁ ବାହାରୁଥିବା ଆମୋନିଆ ପରିବେଶକୁ ପ୍ରଦୂଷଣ କରୁଛି । ତାଙ୍କ କହିବା ମୁତାବକ ପଡ଼ିଆ ଗାଈମାନେ ପରିଶ୍ରା କରିବା ତୁଳନାରେ ଉକ୍ତ ଯନ୍ତ୍ର ବ୍ୟବହାର କରିବାଦ୍ୱାରା ଆମୋନିଆର ମାତ୍ରା ଅନେକାଂଶରେ କମ୍‌ ରହୁଛି । ସେ ଆହୁରି ମଧ୍ୟ କହିଛନ୍ତି ଯେ ଯଥେଷ୍ଟ ଉପକରଣ ହେଲେ ଆମେ ଏହି ସମସ୍ୟା ଅଧିକ ମାତ୍ରାରେ ହ୍ରାସ କରିପାରିବା । ଏହି ଯନ୍ତ୍ର ଗାଈଠାରୁ ଦୁUସଂଗ୍ରହ କରାଯାଉଥିବା ଯନ୍ତ୍ର ଭଳି । ଏହାକୁ ବ୍ୟବହାର କରିବା ଲାଗି ପ୍ରଥମେ ଗାଈମାନଙ୍କୁ ପ୍ରଶିକ୍ଷିତ କରାଯାଉଛି । ନେଦେରଲାଣ୍ଡର ପୂର୍ବ ଡ଼ଚ୍‌ ଡ଼ୋଟିନିଚେମଠାରେ ଏହି ଯନ୍ତ୍ରର ପରୀକ୍ଷଣ କରାଯାଉଛି । ଏଠାରେ ୫୮ରୁ ୭ଟି ଗାଁରେ ଏହି ଯନ୍ତ୍ରର ବ୍ୟବହାର ବ୍ୟବହାର ହେଲାଣି । ଏହି ଟଲଲଟ୍‌ ବକ୍ସ ପ୍ରସ୍ତୁତକାରୀ କମ୍ପାନୀ ୨୦୨୦ ସୁଦ୍ଧା ପୂରା ନେଦେରଲାଣ୍ଡରେ ଏହାକୁ ପ୍ରସାରିତ କରାଯିବାର ଯୋଜନା ରଖିଛି ।

Leave A Reply

Your email address will not be published.