ସାମଗ୍ରୀ-ସୁଜି-୨୫୦ଗ୍ରାମ, ଗାଜର-୪ଟି,ଚିନି-୧୦୦ଗ୍ରାମ, କାଜୁ, ଖିସିମିସ୍-୫୦ଗ୍ରାମ, ଗୁଜୁରାତି ଗୁଣ୍ଡ-୧ଚାମଚ, ତେଲ-୫୦୦ଗ୍ରାମ, ଘିଅ-୫୦ଗ୍ରାମ, ସ୍ୱାଦ ଅନୁସାରେ ଲୁଣ ।
ପ୍ରଣାଳୀ-ପ୍ରଥମେ ଗାଜରରୁ ଚୋପା ଛଡାଇ ଚୂନା କରି କାଟିରଖିଦେବେ । କରେଇରେ ଘିଅ ଗରମ କରି ସେଥିରେ କଟା ଗାଜର, ଚିନି, ଲୁଣ, କାଜୁ ଖିସମିସ୍, ଗୁଜୁରାତି ଗୁଣ୍ଡ ମିଶାଇ ଗାଜରର ପୁର ପ୍ରସ୍ତୁତ କରିବେ । ପୁର ହୋଇସାରିବା ପରେ ତାକୁ ଗୋଟିଏ ପାତ୍ରକୁ କାଢି ଥଣ୍ଡା ହେବାପାଇଁ ରଖିଦେବେ । ଆଉଥରେ କରେଇରେ ଘିଅ ଦେଇ ସୁଜିକୁ ଭାଜିବେ । ସୁଜି ଭାଜିହୋଇଗଲାପରେ ସେଥିରେ ସୁଜି ଚିନି, ପାଣି ଓ ଲୁଣ ମିଶାଇ ସୁଜିକୁ ଭଲଭାବେ ଜନ୍ତିଦେବେ । ସୁଜି ଜନ୍ତି ହୋଇଗଲାପରେ ତାକୁ ଏକ ଖୋଲା ପାତ୍ରରେ କାଢ଼ି ପୁଣି ଚକଟିବେ । ସପଟେ କରେଇରେ ତେଲ ଗରମ ହେବାପରେ କାକରା ଭଳି ସୁଜିକୁ ଗଢ଼ି ସେଥିରେ ଗାଜର ପୁର ଦେଇ କାକରା ଗଢ଼ି ଗରମ ତେଲରେ ଛାଣିଦେବେ । ଏହାପରେ ପ୍ରସ୍ତୁତ ହୋଇଯିବ ଆପଣଙ୍କ ଗାଜର କାକରା ।
Prev Post
Next Post