ଚେନ୍ନାଇ,୨୧/୧: ତାମିଲନାଡୁର ପୁଡୁକୋଟ୍ଟଇରେ ଆୟୋଜିତ ହୋଇଥିବା ଜଲିକାଟ୍ଟୁରେ (ପାରମ୍ପରିକ ଷଣ୍ଢ-ମଣିଷ ଲଢ଼େଇ) ସବୁଠାରୁ ଅଧିକ ସଂଖ୍ୟକ ଷଣ୍ଢଙ୍କୁ ମଇଦାନକୁ ଛଡାଯାଇ ଥିବାରୁ ଏହି କାର୍ଯ୍ୟକ୍ରମ ବିଶ୍ୱ ରେକର୍ଡରେ ସାମିଲ ହୋଇଛି । ଚଳିତ ଜଲିକାଟ୍ଟୁ ସଂସ୍କରଣ ଗିନିଜ ବୁକ ଅଫ ରେକର୍ଡରେ ସ୍ଥାନ ପାଇଛି। ତାମିଲନାଡୁର ସ୍ୱାସ୍ଥ୍ୟ ମନ୍ତ୍ରୀ ବିଜୟଭାସ୍କରଙ୍କ ପରିଚାଳନାରେ ଭିରାଲିମଲାଇରେ ଅନୁଷ୍ଠିତ ଜଲିକାଟ୍ଟୁରେ ରେକର୍ଡ ସଂଖ୍ୟକ ୧,୩୫୪ ଷଣ୍ଢଙ୍କୁ ସାମିଲ କରାଯାଇଥିଲା । ୪୨୪ ଲୋକ ଏହି ଷଣ୍ଢଙ୍କ ଉପରେ କାବୁ ପାଇବାକୁ ଉଦ୍ୟମ କରିଥିଲେ ।
ଜିଲ୍ଲା ପୁଲିସ ଅନୁସାରେ,ଏହି ଆୟୋଜନରେ ଦୁଇଜଣଙ୍କ ମୃତ୍ୟୁ ହୋଇଯାଇଛି ଓ ୩୧ ଜଣ ଆହତ ହୋଇଛନ୍ତି । ଗିନିଜ ବୁକ୍ ଅଫ୍ ୱାଲର୍ଡ ରେକର୍ଡର ପ୍ରତିନିଧି କହିଛନ୍ତି କି, ଭାଗ ନେଇଥିବା ଷଣ୍ଢଙ୍କ ସଂଖ୍ୟା ୧,୩୫୪ ଥିଲା, ଯାହା ପୂର୍ବର ରେକର୍ଡକୁ ଭଙ୍ଗ କରିଛି। ଦୁଇ ବର୍ଷ ପୂର୍ବେ ହୋଇଥିବା ଖେଳରେ ୬୪୭ ଷଣ୍ଢଙ୍କୁ ସାମିଲ୍ କରାଯାଇଥିଲା।
ଜଲିକଟ୍ଟୁ ଇରୁଥାଝୁବୁଥଲ ନାମରେ ବି ଜଣାଯାଏ । ଏହା ତାମିଲନାଡୁରେ ମଟ୍ଟୁ ପୋଙ୍ଗଲ ଦିନ ଖେଳାଯାଉଥିବା ପାରମ୍ପରିକ ପାରମ୍ପରିକ ଷଣ୍ଢ-ମଣିଷ ଲଢ଼େଇ । ଏହା ପୋଙ୍ଗଲ ସମାରୋହର ଏକ ଅଂଶ । ଏହି ଖେଳ ପାଖାପାଖି ୨୦୦୦ରୁ ଅଧିକ ବର୍ଷ ଧରି ଖେଳାଯାଉଛି । ପ୍ରାରମ୍ଭରେ ଏହି ସମାରୋହ ବର ଚୟନ କରିବା ପାଇଁ କରାଯାଉଥିଲା । ଏହି ଖେଳ ସଫଳତା ପୂର୍ବକ ଜିତୁଥିବା ବ୍ୟକ୍ତିଙ୍କୁ ଯୁବତୀ ବାହା ହେଉଥିଲେ । ଏହା ସ୍ପେନର ବୁଲ ଫାଇଟ୍ ଭଳି ।