ଗୀତରେ ଖର୍ଚ୍ଚ ହେବ ୯ କୋଟି

0

ବଲିଉଡ୍‌ ଇଣ୍ଡଷ୍ଟ୍ରୀରେ ନିର୍ମାଣ ହେଉଥିବା ଫିଲ୍ମର କାହାଣୀ ପ୍ରତି ଫିଲ୍ମ ନିର୍ମାତାମାନେ ଯେତେମାତ୍ରାରେ ଧ୍ୟାନ ଦିଅନ୍ତି ସେତିକି ଧ୍ୟାନ ସେମାନେ ଫିଲ୍ମର ଗୀତରେ ମଧ୍ୟ ଦେଇଥିାନ୍ତି । ଫିଲ୍ମ ରିଲିଜ୍‌ ହେବା ପୂର୍ବରୁ ଫିଲ୍ମର ଗୀତ ଗୁଡିକୁ ରିଲିଜ୍‌ କରାଯାଏ । ଯଦି ଗୀତ ଗୁଡ଼ିକ ଦମ୍‌ଦାର ହୁଏ, ତେବେ ଦର୍ଶକ ଫିଲ୍ମ ଦେଖିବାକୁ ଆଗ୍ରହ ପ୍ରକାଶ କରନ୍ତି । ଯାହା ପାଇଁ ଆଜିକାଲି ଫିଲ୍ମ ନିର୍ମାତାମାନେ ଗୀତ ପାଇଁ କଠିନ ପରିଶ୍ରମ ସାଙ୍ଗକୁ ବେପରୱା ଟଙ୍କା ଖର୍ଚ୍ଚ କରୁଛନ୍ତି । ଗୀତକୁ ଭବ୍ୟ କରିବା ପାଇଁ ଫିଲ୍ମ ନିର୍ମାତା କୋଟି କୋଟି ଟଙ୍କା ଖର୍ଚ୍ଚ କରନ୍ତି । ଅପ୍‌କମିଂ ଫିଲ୍ମ ‘ଛିଚୋରେ’ର ସୁଟିଂ ଆରମ୍ଭ ହୋଇ ଯାଇଛି । ବର୍ତ୍ତମାନ ଫିଲ୍ମର ଗୀତ ଗୁଡିକର ସଟିଂ ଚାଲିଛି ଯେଉଁଥିରେ ପାଖାାପଖି ୯ କୋଟି ଟଙ୍କା ଖର୍ଚ୍ଚ କରାଯାଉଥିବାବେଳେ ପ୍ରାୟ ୫୦୦ଜଣ ବ୍ୟାକ୍‌ଗ୍ରାଉଣ୍ଡ ଡାନ୍ସର ଏହି ଗୀତରେ ନାଚିବେ ବୋଲି କହିଛନ୍ତି ଫିଲ୍ମର ନିର୍ଦ୍ଦେଶକ ନିତେଶ ତିୱାରୀ । ଫିଲ୍ମ ‘ଛିଚୋରେ’ କିଛି ସାଙ୍ଗମାନଙ୍କ କାହାଣୀକୁ ନେଇ ପ୍ରସ୍ତୁତ କରାଯାଇଛି । ଯେଉଁଥିରେ ସୁଶାନ୍ତ ସିଂହ ରାଜପୁତ, ଶ୍ରଦ୍ଧା କପୁର, ପ୍ରତୀକ, ତାହିର ରାଜ ଭସୀନ, ବରୁଣ ଶର୍ମା ଆଦି ପ୍ରମୁଖ ଭୂମିକାରେ ଅଭିନୟ କରିଛନ୍ତି । ‘ଛିଚୋରେ’ ପୂର୍ବରୁ ନିର୍ଦ୍ଦେଶକ ନିତେଶ ଅମିର ଖାନ୍‌ଙ୍କ ସହ ଫିଲ୍ମ ‘ଦଙ୍ଗଲ୍‌’ରେ କାମ କରିସାରିଛନ୍ତି । ଏହା ପ୍ରଥମ ଗୀତ ନୁହେଁ ଯେଉଁଥିରେ କୋଟି କୋଟି ଟଙ୍କା ଖର୍ଚ୍ଚ ହେବାକୁ ଯାଉଛି ଏହା ପୂର୍ବରୁ ଅନେକ ଗୀତ ଇଣ୍ଡଷ୍ଟ୍ରୀରେ ତିଆରି ହୋଇ ସାରିଛି ଯେଉଁଥିରେ ଲକ୍ଷ୍ୟାଧିକ ଟଙ୍କା ବ୍ୟୟ ହୋଇଛି ।

Leave A Reply

Your email address will not be published.