ଗୁଗଲ୍ କମ୍ପାନୀ ସ୍ମାର୍ଟଫୋନ୍ ବ୍ୟବହାରକାରୀଙ୍କୁ ଅଳ୍ପ ଦାମ୍ରେ ନନ୍ ପ୍ରିମିୟମ୍ ସ୍ମାର୍ଟଫୋନ୍ ମଡେଲ୍ ଲଞ୍ଚ କରିବାର ଭେଟି ଦେବାକୁ ଯାଉଛି । କୁହାଯାଉଛି ଯେ ଏହାର ନାମ ପିକ୍ସେଲ୍ ୩ ଲାଇଟ୍ ଓ ପିକ୍ସେଲ୍ ୩ ଏକ୍ସଏଲ୍ ହୋଇପାରେ । ଏହି ସ୍ମାର୍ଟଫୋନ୍ ବର୍ଷର ଶେଷ ଭାଗରେ ବଜାରକୁ ଆସିବାକୁ ଯାଉଛି । ଏହାର ମୂଲ୍ୟ ଆପଲ୍ ଆଇଫୋନ୍ ଏକ୍ସଆର୍ ଓ ଗୁଗଲ୍ର ପିକ୍ସେଲ୍ ୩ ଠାରୁ କମ୍ ହୋଇପାରେ ବୋଲି ଅନୁମାନ କରାଯାଉଛି । ଗୁଗଲ୍ର ଏକ ରିପୋର୍ଟ ଅନୁସାରେ, ଆମେରିକାର ଫେଡେରାଲ କମୁ୍ୟନିକେଶନ୍ କମିଶନ୍ଙ୍କୁ ସାର୍ଟିଫିକେଶନ୍ ପାଇଁ ଆବେଦନ କରାଯାଇଛି । କମ୍ପାନୀ ଦ୍ୱାରା ଏଥିପାଇଁ ୮ ପ୍ରକାର ଫିଚର ବିଶିଷ୍ଟ ଫୋନ୍ ପାଇଁ କୁହାଯାଇଛି । ଏହାର ସବୁ ମଡେଲ୍ ଦୁଇ ପ୍ରକାର ଡିଭାଇସ୍ ପାଇଁ ଭିନ୍ନ ଭିନ୍ନ ଫିଚର ସହ ଆସିବା ବୋଲି ପ୍ରୟାସ ଜାରି ରଖିଛି ଓ ଏହାର ମଡେଲ୍ ନମ୍ବର ପୂର୍ବ ଫୋନ୍ ଭଳି ସମାନ ସ୍ଥାନରେ ରହିବ । ଫୋନ୍ ଗୁଡିକ ୪ ଜିବି ରାମ୍ ଓ ୩୨ ଜିବି ଷ୍ଟୋରେଜ୍ ସହ ଆସିପାରେ । ଏଥିରେ ୬୭୦ ସ୍ନାପ୍ଡ୍ରାଗନ୍ ପ୍ରୋସେସର ରହିବ ବୋଲି କୁହାଯାଉଛି । ରିୟରରେ ୧୨.୨ ମେଗାପିକ୍ସେଲ୍ ଓ ଫ୍ରଣ୍ଟରେ ୮ ମେଗାପିକ୍ସେଲ କ୍ୟାମେରା ବୋଲି ଜଣାପଡିଛି । କୁହାଯାଉଛି ଯେ କମ୍ପାନୀ ଚଳିତବର୍ଷ ଗୁଡିଏ ସ୍ମାର୍ଟଫୋନ୍, ସ୍ମାର୍ଟ ୱାଚ୍ ଓ ଅନ୍ୟାନ୍ୟ ସ୍ମାର୍ଟ ବୈଦୁ୍ୟତିକ ଉପକରଣ ସହ ବଜାରରେ ଅନ୍ୟ କମ୍ପାନୀମାନଙ୍କୁ କଡା ଟMର ଦେବାକୁ ଯାଉଛି ।