ନୂଆଦିଲ୍ଳୀ,୧୯/୧: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ୩ ଦିନିଆ ଗୁଜୁରାଟ ଗସ୍ତ କରି ଶନିବାର ଗାନ୍ଧିନଗରରେ ମାଆ ହୀରାବେନ୍ଙ୍କ ସହ ସାକ୍ଷାତ୍ କରିଛନ୍ତି। ସାଧାରରତଃ ପ୍ରଧାନମନ୍ତ୍ରୀ ମୋଦି ତାଙ୍କ ମାଆଙ୍କ ସହ ନିଜ ଜନ୍ମଦିନରେ ଭେଟ ହୁଅନ୍ତି। “ଭାଇବ୍ରାଣ୍ଟ୍ ଗୁଜୁରାଟ ଗ୍ଲୋବାଲ୍” ସମ୍ମିଳନୀକୁ ଯାଇଥିବା ମୋଦି ସୁରତ ଛାଡ଼ିବା ପୂର୍ବରୁ ନିଜ ମାଆଙ୍କୁ ଦେଖା କରିଥିବା ସୂଚନା ମିଳିଛି । ସେ ମାଆଙ୍କ ସହ ପାଖାପାଖି ଅଧ ଘଣ୍ଟା ସମୟ ଅତିବାହିତ କରିଛନ୍ତି। ମାଆଙ୍କ ବ୍ୟତୀତ ପ୍ରଧାନମନ୍ତ୍ରୀ ମୋଦି ଘରର ଅନ୍ୟ ସଦସ୍ୟଙ୍କ ସହ ଭେଟି ତାଙ୍କର ବୁଝାସୁଝା ବି କରିଛନ୍ତି।
ଜାନୁଆରି ୧୮ ତାରିଖରେ ପ୍ରଧାନମନ୍ତ୍ରୀ ମୋଦି “ଭାଇବ୍ରାଣ୍ଟ୍ ଗୁଜୁରାଟ ଗ୍ଲୋବାଲ୍” ସମ୍ମିଳନୀର ନବମ ସଂସ୍କରଣକୁ ଉଦ୍ଘାଟନ କରିଛନ୍ତି। ଏହି ସମ୍ମିଳନୀ ଗାନ୍ଧିନଗରର ମହାତ୍ମା ମନ୍ଦିର ଭିତରେ ଆୟୋଜିତ ହୋଇଛି। ୧୮ରୁ ୨୦ ଏହି ୩ ଦିନିଆ ସମ୍ମିଳନୀରେ ମୋଦିଙ୍କ ସମେତ ଆହୁରି ଅନେକ ନେତାମାନେ ଦେଖିବାକୁ ମିଳିଛନ୍ତି।