ମୁମ୍ବଇ,୨୯/୯ : ସ୍ବରାଷ୍ଟ୍ରମନ୍ତ୍ରୀ ଅମିତ ଶାହା ଶନିବାର ଗୁଜୁରାଟ କ୍ରିକେଟ ଆସୋସିଏସନ୍ (ଜିସିଏ) ସଭାପତି ପଦରୁ ଇସ୍ତଫା ଦେଇଛନ୍ତି। ଶାହାଙ୍କ ବ୍ୟତୀତ ଜିସିଏର ଉପ ସଭାପତି ପାରିମଲ ନାଥଓ୍ବାନି ମଧ୍ୟ ତାଙ୍କ ପଦ ଛାଡ଼ିଥିବା ଜଣାପଡିଛି। ଶାହାଙ୍କ ପୂର୍ବରୁ ଗୁଜୁରାଟର ମୁଖ୍ୟମନ୍ତ୍ରୀ ଥିବା ସମୟରେ ନରେନ୍ଦ୍ର ମୋଦୀ ଗୁଜୁରାଟ କ୍ରିକେଟ ଆସୋସିଏସନ୍(ଜିସିଏ)ର ସଭାପତି ଥିଲେ। ସେ ୨୦୧୪ରେ ଜିସିଏର ସଭାପତି ପଦ ଛାଡ଼ିବା ପରେ ଶାହ ଦାୟିତ୍ୱ ଗ୍ରହଣ କରିଥିଲେ।