ଗୃହିଣୀଙ୍କ ପାଇଁ ରୋଜଗାରର ଉପାୟ

0

ବଦଳୁଛି ଦୁନିଆ । ଦୁନିଆ ସହ ବଦଳୁଛି ଲୋକଙ୍କ ଚିନ୍ତାଧାରା । ପୂର୍ବରୁ ଏକ ମାନସିକତା ରହିଆସିଛି ଯେ ପରିବାରରେ କେବଳ ପୁରୁଷମାନେ ହିଁ ରେଜଗାର କରିପାରିବେ । କିନ୍ତୁ ଏହି ମାନସିକତା ଧୀରେ ଧୀରେ ପରିବର୍ତ୍ତନ ହେବାରେ ଲାଗିଲାଣି । ଘରର ସ୍ତ୍ରୀ ଲୋକମାନେ ବାହାରେ କାର୍ଯ୍ୟକରି ରୋଜଗାର କରୁଛନ୍ତି । ଏମିତି ମଧ୍ୟ ଦେଖାଯାଉଛି କିଛି ମହିଳା ଏକା ଏକା ପରିବାରର ଭରଣପୋଷଣ କରୁଛନ୍ତି । କିନ୍ତୁ ବାହାରକୁ ନଯାଇ ନିଜ ଘରେ କିଛି କାର୍ଯ୍ୟକରି ରୋଜଗାର କରିବାକୁ ଚାହୁଁଥିଲେ ନିମ୍ନୋକ୍ତ କେତେକ ଦିଗ ପ୍ରତି ରୁରୁତ୍ୱ ଦେବା ଜରୁରୀ:
-ଲକ୍ଷ୍ୟ ନିର୍ଦ୍ଧାରଣ କରନ୍ତୁ
ଗୋଟିଏ ଘରର ମହିଳା ଯଦି ଶିକ୍ଷିତ ହେବ ସାରା ଦେଶ ମଧ୍ୟ ଶିକ୍ଷିତ ହୋଇପାରିବ । କାରଣ ମହିଳାମାନେ ପ୍ରାୟ ଧୈର୍ଯ୍ୟଶାଳୀ ଏବଂ ପରିଶ୍ରମୀ । ତେଣୁ ଗୋଟିଏ କାର୍ଯ୍ୟ କରିବା ପୂର୍ବରୁ ଲକ୍ଷ ସ୍ଥିର କରିବା ଆବଶ୍ୟକ ଏବଂ ଏହି କାର୍ଯ୍ୟକୁ ଧ୍ୟାନର ସହ କରିବା ଦ୍ୱାରା ଆପଣ ସଫଳତା ପାଇବା ।
-ସକରାମ୍‌ିକ ଭାବନା ରଖନ୍ତୁ
କାର୍ଯ୍ୟ ଆରମ୍ଭ କରିବା ପୂର୍ବରୁ ମହିଳାମାନଙ୍କୁ ନିଜର ଭାବନାକୁ ସକରାମ୍‌ିକ କରିବାକୁ ହେବ ।
-ତଳ ସ୍ତରରୁ ଆରମ୍ଭ କରନ୍ତୁ
ଛୋଟରୁ ବଡ ହେବା ପାଇଁ ଚେଷ୍ଟା କରନ୍ତୁ । କମ ନିବେଶ କରି କାମ ଆରମ୍ଭ କରନ୍ତୁ ।
-ପରିବାରର ସାହାଯ୍ୟ ନେଇ ପାରିବେ
ଯଦି ଘରର ମହିଳା କିଛି ନୂଆ କରିବାକୁ ଚାହୁଁଛନ୍ତି ତେବେ ତାଙ୍କ ପରିବାରର ସାହାର୍ଯ୍ୟ ଏବଂ ସମର୍ଥନ ଆବଶ୍ୟକ । ଏହାଦ୍ୱାରା ଲକ୍ଷ ପ୍ରାପ୍ତି ହେବା ସହଜ ହୁଏ ।

Leave A Reply

Your email address will not be published.