ଗୋଟିଏ ପରିବାରରେ ୪ ଜଣଙ୍କୁ ହତ୍ୟା

ନୂଆଦିଲ୍ଲୀ, ୧୭/୧୧: ହରିଆଣାର ପଞ୍ଚକୁଲାରେ ଗୋଟିଏ ପରିବାରର ୪ ଜଣଙ୍କୁ ଅତି ନିର୍ମମ ଭାବେ ହତ୍ୟା କରାଯାଇଛି । ସେମାନଙ୍କ ମଧ୍ୟରେ ଅଛି ଜଣେ ମହିଳା ଓ ୩ ପିଲା । ଶୁକ୍ରବାର ରାତିରେ ଘଟିଛି ଏହି ଅଘଟଣ । ପୋଲିସ ପହଞ୍ଚି ଶବ ଜବତ କରିବା ସହ ହତ୍ୟା ମାମଲା ରୁଜୁକରିଛି । ପୋଲିସର କହିବା ଅନୁଯାୟୀ, ମୃତୁ୍ୟବରଣ କରିଥିବା ମହିଳା ଜଣକ ହେଲେ ରାଜବାଳା(୬୫) ତାଙ୍କ ନାତୁଣୀ ପ୍ରୀତି (୧୮), ନାତି (୧୪), ଓ ଆଉ ଜଣେ ନାତି (୧୨) । ଘରୋଇ ବିବାଦରୁ ଏହି ହତ୍ୟାକାଣ୍ଡ ଘଟିଥିବା ଆଶଙ୍କା କରାଯାଉଛି ।