ନୂଆଦିଲ୍ଲୀ, ୨୦/୧୧ : ମହାରାଷ୍ଟ୍ରର ୱାର୍ଦ୍ଧାସ୍ଥିତ ସେନାର ଗୋଳାବାରୁଦ ଗୋଦାମଠାରେ ମଙ୍ଗଳବାର ସକାଳୁ ବିସ୍ପୋରଣ ଘଟିଛି । ଏହି ବିସ୍ପୋରଣରେ ୬ ଜଣ ପ୍ରାଣ ହରାଇଥିବା ବେଳେ ୧୨ରୁ ଅଧିକ ବ୍ୟକ୍ତି ଆହାତ ହୋଇଥିବା ସୂଚନା ମିଳିଛି । ସେଠାରେ କିଛି ପୁରୁଣା ବିସ୍ପୋଟକକୁ ନଷ୍ଟ କରୁଥିବା ସମୟରେ ଏହି ଦୁର୍ଘଟଣା ଘଟିଥିବା ସୁଚନା ମିଳିଛି । ମଙ୍ଗଳବାର ସକାଳୁ ୱାର୍ଦ୍ଧାର ପୁଲଗାଁୱସ୍ଥିତ ସେନା ଗୋଳାବାରୁଦ ଗୋଦାମଠାରେ କେତେକ ପୁରୁଣା ବୋମା ଓ ଅନ୍ୟାନ୍ୟ ବିସ୍ପୋଟକକୁ ନଷ୍ଟ କରୁଥିବା ସମୟରେ ଏହି ଦୁର୍ଘଟଣା ଘଟିଥିଲା । ଦୁର୍ଘଟଣାରେ ୬ ଜଣ ପ୍ରାଣ ହରାଇଥିବା ବେଳେ ୧୨ରୁ ଊଦ୍ଧ୍ୱର୍ ଆହାତ ହୋଇଥିଲେ । ଆହାତଙ୍କୁ ଉଦ୍ଧାର କରି ଡାକ୍ତଖାନାରେ ଭର୍ତ୍ତୀ କରାଯାଇଛି । ତେବେ ଦୁର୍ଘଟଣା ସମୟରେ ସେଠାରେ ୪୦ ଜଣ ଶ୍ରମିକ କାମ କରୁଥିବା ସୂଚନା ମିଳିଛ । ବିସ୍ପୋରଣର ଶବ୍ଦ ଏତେ ତୀବ୍ର ଥିଲା ଯେ ଏହାର ପ୍ରଭାବ ନିକଟତର ଅଞ୍ଚଳରେ ପଡିଥିଲା । ୱାର୍ଦ୍ଧାଠାରୁ ୧୮ କିମି ଦୂର ଏହି ଗୋଦାମରେ ପୁରୁଣା ବୋମାକୁ ନିଷ୍କ୍ରିୟ କରିବାର କାମ କରାଯାଏ । ତେବେ ମଙ୍ଗଳବାର ମଧ୍ୟ ଏଠାରେ କାମ ଚାଲିଥିବା ବେଳେ ଏହି ଅଘଟଣ ଘଟିଥିଲା । ଏହା ପୂର୍ବରୁ ୨୦୧୬ରେ ଏହି ଗୋଳାବାରୁଦ ଗୋଦାମରେ ବିସ୍ପୋରଣ ଘଟି ୧୬ ଜଣ ଶ୍ରମିକ ପ୍ରାଣ ହରାଇଥିଲେ ।