ଗ୍ରୀନ ଚିଲି ଚିକେନ

0

ସାମଗ୍ରୀ: ଚିକେନ-୫୦୦ଗ୍ରାମ, ଲେମ୍ବୁ ରସ-୩ଚାମଚ,କଟା ଧନିଆ ପତ୍ର-୨ ବାଉଲ, କଟା ପୋଦିନା ପତ୍ର- ୧ବାଉଲ, କଞ୍ଚା ଲଙ୍କା-୧୦ରୁ ୧୨ଟି, ରସୁଣ-୧ବୁଦା, କଟା ଅଦା-୨ଚାମଚ, ଲୁଣ ଓ ହଳଦୀ ସ୍‌ୱାଦ ଅନୁସାରେ, କଟା ପିଆଜ-୨ବାଉଲ, ଡାଳଚିନି-୨ଖଣ୍ଡ, ତେଜପତ୍ର-୩ଟି, ଲବଙ୍ଗ-୪ରୁ ୬ଟି, ଗାଲମରିଚ-୪ରୁ ୬ଟି ।
ପ୍ରସ୍ତୁତି: ପ୍ରଥମେ ଚିକେନକୁ ଭଲଭାବେ ଧୋଇ ୨ଚାମଚ ଲେମ୍ବୁରସ ମିଶାଇ ତାକୁ ମ୍ୟାରିନେଟ କରିବାକୁ ରଖିଦେବେ । ଏହାପରେ କଟା ଧନିଆ ପତ୍ର, କଞ୍ଚା ଲଙ୍କା, କଟା ପୋଦିନା ପତ୍ର, କଟା ଅଦା , ରସୁଣ ଓ ଲେମ୍ବୁ ରସଏକ ଚାମଚ ମିଶାଇ ଚିକଣ କରି ବାଟିଦେବେ । କରେଇରେ ତେଲ ଗରମ କରି ସେଥିରେ ତେଜପତ୍ର, ଡାଳଚିନି, ଗୋଳ ମରିଚ, ଲବଙ୍ଗକୁ ଫୁଟାଇ ସେଥିରେ କଟା ପିଆଜକୁ ଭାଜିବେ । ପିଆଜର ରଙ୍ଗ ଲାଲ ହୋଇଆସିବା ପରେ ସେଥିରେ ବଟା ମସଲାକୁ ମିଶାଇ କଷିଦେବେ । ମସଲା କଷି ହୋଇଗଲାପରେ ସେଥିରେ ଲେମ୍ବୁ ରସରେ ମ୍ୟାରିନେଟ ଚିକେନକୁ ମିଶାଇ ଭଲଭାବେ ମିଶାଲା ଗୋଳାଇଦେବେ । ଏହାପରେ ୧୫ମିନିଟ କରେଇରେ ଢାଙ୍କୁଣୀ ଦେଇ ଦେବେ । ଏହାପରେ ଢାଙ୍କୁଣି କାଢି ସେଥିରେ ଦେଢକପ ପାଣି ଦେଇ ମାଂସକୁ ଫୁଟିବା ପାଇଁ ୨୦ମିନିଟ ପର୍ଯ୍ୟନ୍ତ ଛାଡ଼ିଦେବେ । ଏହାପରେ ପ୍ରସ୍ତୁତ ହୋଇଯିବ ଆପଣଙ୍କର ଗ୍ରୀନ ଚିଲି ଚିକେନ ।

Leave A Reply

Your email address will not be published.