ରୋହତକ, ୨୪/୧୨: ସୋମବାର ପ୍ରତୁ୍ୟଷର ଘନ କୁହୁଡ଼ି ଯୋଗୁଁ ହରିୟାଣାର ରୋହତକ୍-ରେୱାରୀ ରାଜପଥରେ ୫୦ ଗାଡ଼ି ପରସ୍ପର ମଧ୍ୟରେ ଧMା ଲାଗିବାରୁ ଗୋଟିଏ ପରିବାରର ୮ ଜଣଙ୍କ ମୃତୁ୍ୟ ଘଟିଛି ଓ ଅନ୍ୟ ୧୨ରୁ ଊଦ୍ଧ୍ୱର୍ ଆହତ ହୋଇଛନ୍ତି । ୭୧ ଜାତୀୟ ରାଜପଥ ବଦଲି ଫ୍ଲଏଓଭର୍ ଉପରେ ଦୁଇଟି ଗାଡ଼ି ପରସ୍ପର ସହ ଧMା ଖାଇବା ପରେ ଅନ୍ୟ ଗାଡ଼ି ସବୁ ଧMା ଖାଇଥିଲେ । ପରେ ପରେ ପୁଣି ୧୦ଟି ଗାଡ଼ି ମଧ୍ୟ ପରସ୍ପର ସହ ଧMା ଲାଗିବାରୁ କିଛି ଲୋକ ଆହତ ହୋଇଥିଲେ । ଘନ କୁହୁଡ଼ି ଫଳରେ ଦୁର୍ଘଟଣା ଘଟିଥିବା କୁହାଯାଉଛି । ମୃତ ବ୍ୟକ୍ତିମାନେ ଝାଜାର ଅଞ୍ଚଳର କିଦ୍ରୋତ ଗାଁ’ର ବାସିନ୍ଦା । ଜଣେ ଆତ୍ମୀୟଙ୍କର ଅନ୍ତ୍ୟେଷ୍ଟିରେ ଯୋଗ ଦେବାକୁ ସେମାନେ ଜିପ୍ ଯୋଗେ ଦିଲ୍ଲୀର ନଜାଫଗଡ଼ ଯାଉଥିଲେ । ଦୁର୍ଘଟଣାରେ ଆହତ ବିଭିନ୍ନ ଲୋକଙ୍କୁ ରୋହତକଠାରେ ଥିବା ପଣ୍ଡିତ ବିଡି ଶର୍ମା ପୋଷ୍ଟ ଗ୍ରାଜୁଏଟ୍ ଇନ୍ଷଫିଚ୍ୟୁଟ୍ ଅଫ୍ ମେଡିକାଲ୍ ସାଇନ୍ସେସ୍କୁ ପଠାଯାଇଛି ।