କୁହାଯାଉଛି ଯେ, ଏକବିଂଶ ଶତାବ୍ଦୀରେ ଅନ୍ଧବିଶ୍ୱାସର ଆଉ ସ୍ଥାନ ନାହିଁ । ଲୋକମାନେ ଆଧୁନିକତା ଆଡ଼କୁ ମୁହାଁଇଲେଣି । କିନ୍ତୁ ଏପରି କିଛି ସ୍ଥାନ ଅଛି ଯେଉଁଠାରେ ଅନ୍ଧବିଶ୍ୱାସ ବସାବାନ୍ଧି ରହିଛି । ସେହି ଅନ୍ଧବିଶ୍ୱାସର ବଶବର୍ତ୍ତୀ ହୋଇଛନ୍ତି ରାଜସ୍ଥାନର ଆଜମେର୍ ଜିଲ୍ଲାସ୍ଥିତ ଦେବମାଳୀ ଗæôର ଲୋକମାନେ । ଏହି ଗæôରେ ଗୋଟିଏ ବି ପMାଘର ଦେଖିବାକୁ ମିଳେନାହିଁ । ଏଠାକାର ଲୋକମାନେ ଝାଟିମାଟି ଘରେ ବସବାସ କରନ୍ତି । ଆପଣ ଭାବୁଥିବେ ଏହି ଗାଁର ଲୋକମାନେ ଦଳିତ, ନିଷ୍ପେଷିତ ଓ ଦୁର୍ବଳ ଶ୍ରେଣୀର । କିନ୍ତୁ ଏଠାର ଲୋକମାନଙ୍କ ମନରେ ଅନ୍ଧବିଶ୍ୱାସ ରହିଛି ଯେ, ଯେଉଁ ବ୍ୟକ୍ତି ପMା ଘର ବନାଇବ ବିପତ୍ତି ସେମାନଙ୍କ ପିଛା ଛାଡ଼ିବ ନାହିଁ । ଅନ୍ୟପଟେ ଆଉ ଏକ ଧାରଣା ରହିଛି ଯଦି ବିବାହ ସମୟରେ ବର ଘୋଡ଼ାରେ ବସି ଆସେ ତେବେ ବିବାହ ପରେ ଉଭୟ ପରିବାର ଓ ଦମ୍ପତିଙ୍କୁ ଅନେକ ସମସ୍ୟାର ସମ୍ମୁଖୀନ ହେବାକୁ ପଡ଼ିବ । ଏଥିପାଇଁ ଗæôର ଲୋକମାନେ ଆର୍ଥିକ ସ୍ୱଚ୍ଛଳ ଥାଇ ମଧ୍ୟ ମାଟି ଘରେ ରୁହନ୍ତି । ଏହି ଗæôର ଲୋକମାନେ ଭାବନ୍ତି ସେମାନେ ପୂର୍ବଜଙ୍କର ସନ୍ତାନ, ତାଙ୍କ ପୂର୍ବଜମାନେ ଦୀପାବଳି ଦିନ ଏହି ଗæôକୁ ନିର୍ମାଣ କରିଥିଲେ । ଏଥିପାଇଁ ସେମାନେ କେବେ ବି ଆମିଷ ଖାଆନ୍ତି ନାହିଁ କି ମଦ୍ୟପାନ କରନ୍ତି ନାହିଁ ।