ଘରେ ଏହି ଗଛ ରଖୁଛନ୍ତି କି?

0

ବାସ୍ତୁଶାସ୍ତ୍ର ଅନୁସାରେ ଘରର ସାଜସଜ୍ଜା ପାଇଁ ରଖାଯାଉଥିବା କୌଣସି ସାମଗ୍ରୀ ହେଉ ଅବା ଗଛ ଏହାର ପ୍ରଭାବ ଲୋକଙ୍କ ଉପରେ ପଡିଥାଏ । କିଛି ଜିନିଷ ଲୋକଙ୍କ ଉପରେ ସକାରତ୍ମକ ପ୍ରଭାବ ପକାଇଥାଏ ତ ଆଉ କିଛି ଲୋକଙ୍କ ଉପରେ ନକାରତ୍ମକ ପ୍ରଭାବ ପକାଇଥାଏ । ଘରର ସାଜସଜ୍ଜା ପାଇଁ କିଛି ସୋ’ ଗଛ ରଖାଯାଇଥାଏ । ତେବେ ଏହି ଗଛ ଘରେ ରଖିବା ପୂର୍ବରୁ କେତେ ଗୁଡିଏ ଦିଗ ପ୍ରତି ଧ୍ୟାନ ଦିଅନ୍ତୁ । ଘରେ କଣ୍ଟା କିମ୍ବା ଖୀର ବାହରୁଥିବା ଗଛ ଲଗାନ୍ତୁ ନାହିଁ କାରଣ ଏହି ଗଛରୁ ନକାରତ୍ମକ ଏନର୍ଜି ବାହାରିଥାଏ । କିନ୍ତୁ ଗୋଲାପ ପରି କଣ୍ଟା ଯୁକ୍ତ ଗଛ ଆପଣ ଲଗାଇପାରିବେ । ବୋନସାଇ ଗଛ ଘରେ ଲଗାନ୍ତୁ ନାହିଁ କାରଣ ଏହି ଗଛ ଆପଣଙ୍କ ଘରର ଲୋକଙ୍କ ଉନ୍ନତି ଉପରେ ପ୍ରଭାବ ପକାଇଥାଏ । ଘରେ ଆପଣ ଫୁଲଦାନୀରେ ସବୁବେଳେ ତାଜା ଫୁଲ ରଖନ୍ତୁ କାରଣ ଏହା ଦ୍ୱାରା ଆପଣଙ୍କ ଘରକୁ ସକାରତ୍ମକ ଏର୍ନଜି ମିଳିଥାଏ । କିନ୍ତୁ ବେଡ୍‌ରୁମ୍‌ରେ କେବେବି କୌଣସି ଗଛ ରଖନ୍ତୁ ନାହିଁ କାରଣ ଏହା ଦ୍ୱାରା ଆପଣଙ୍କ ବୈବାହିକ ଜୀବନରେ ଅଶାନ୍ତି ଅସିଥାଏ ।

Leave A Reply

Your email address will not be published.