ପେଡ଼ିକିଓର୍ ପାଦର ସୌନ୍ଦର୍ଯ୍ୟ ବୃଦ୍ଧି କରିବା ସାଙ୍ଗକୁ ପାଦକୁ ଆରାମ ମଧ୍ୟ ଦେଇଥାଏ । ଆଧୁନିକ ଟ୍ରେଣ୍ଡରେ ଏହା ପାଲଟିଛି ସମସ୍ତଙ୍କ ପସନ୍ଦ । ଏବେ ଉଭୟ ମହିଳା ଓ ପୁରୁଷ ପେଡ଼ିକିଓର୍ର ବେଶ୍ ମଜା ନେଉଛନ୍ତି । ପାର୍ଲର୍ରେ ପେଡ଼ିକିଓର୍ ମହଙ୍ଗା ହୋଇଥିବା ବେଳେ ଆସନ୍ତୁ ଜାଣିବା କମ୍ ଖର୍ଚ୍ଚରେ କିପରି କରିପାରିବେ ଘରୋଇ ପେଡ଼ିକିଓର୍ ।
* ପ୍ରଥମେ ତୁଳା ଦ୍ୱାରା ପାଦକୁ ଭଲ ଭାବରେ ପୋଛି ଦିଅନ୍ତୁ ।ଏହାପରେ ନିଜର ପସନ୍ଦ ଅନୁଯାୟୀ ନଖକୁ ଏକ ପର୍ଫେକଫ ସେପ୍ ଦିଅନ୍ତୁୁ । ମହୁ ଓ ବେଶନର ଏକ ମିଶ୍ରଣ ପ୍ରସ୍ତୁତ କରି ଦୁଇ ପାଦରେ ଗୋଲାକୃତି ଭାବେ ମାଲିସ୍ କରନ୍ତୁ । ଏହିପରି ୧୦ମିନିଟ୍ କଲାପରେ ଏକ ପାତ୍ରରେ ଉଷୁମୁ ପାଣି ନେଇ ପାଦ ଦୁଇଟିକୁ କିଛି ସମୟ ବୁଡ଼େଇ ରଖନ୍ତୁ । ଉଷୁମ୍ ପାଣିରେ ଗୋଲାପ ଜଳ ଓ କଟା ଲେମ୍ବୁ ମିଶାଇବାକୁ ଭୁଲନ୍ତୁୁ ନାହିଁ । ଏହାପରେ ଏକ ବ୍ରସ୍ ବ୍ୟବହାର କରି ଦିଆଯାଇଥିବା ପ୍ରଲେପକୁ ଧୀରେ ଧୀରେ ଛଡ଼ାନ୍ତୁ । ଶେଷରେ ପାଦରେ ମଶcରାଏଜର ଲଗାଇ ଆପଣଙ୍କ ପାଦକୁ ଏକ ଆକର୍ଷଣୀୟ ଲୁକ୍ ଦିଅନ୍ତୁ ।
Next Post