ବର୍ତ୍ତମାନ ସମୟରେ ଓଜନ ବୃଦ୍ଧି ଏକ ବଡ ସମସ୍ୟା ହୋଇ ରହିଛି । କିଛି ଲୋକ ଓଜନ କମାଇବା ପାଇଁ ଜିମ୍ ଯାଉଥିବା ବେଳେ ଆଉ କିଛି ଲୋକ ଡାଏଟିଙ୍ଗ କରି ଓଜନ କମାଉଛନ୍ତି । ତେବେ ଆର୍ୟୁବେଦିକ୍ ଉପାୟରେ ମଧ୍ୟ ଓଜନ କମଯାଇ ପାରିବ । ଆସନ୍ତୁ ଜାଣିବା କିପରି ଆର୍ୟୁବେଦିକ ଉପାୟରେ ଓଜନ କମାଇ ହେବ ।
* ରାତିରେ ଶୀଘ୍ର ଶେଜକୁ ଯାଇ ଭୋର୍ ସମୟରେ ଶେଜ ପରିତ୍ୟାଗ କରିବା ଉଚିତ୍ । ଡେରିରେ ଶୋଇ ଡେରିରେ ଉଠିଲେ ପେଟରେ ଚର୍ବି ବଢ଼ିଥାଏ ।
* ଉଷୁମ ପାଣି ପିଇବା ଦ୍ୱାରା ମଧ୍ୟ ପେଟର ଚର୍ବି କମିଥାଏ । ଉଷୁମ ପାଣିରେ ସାମାନ୍ୟ ଲେମ୍ବୁ ରସ ପକାଇ ପିଇଲେ ଏହା ଆହୁରୀ ଭଲ କାମ କରେ ।
* ଦିନକୁ ପ୍ରାୟ ୪୦ରୁ ୬୦ ମିନିଟ୍ ଯୋଗ କରିବା ଦ୍ୱାରା ମଧ୍ୟ ପେଟରୁ ଚର୍ବି କମିଥାଏ ।
* ଖାଇ ସାରିବା ପରେ କିଛି ସମୟ ଚଲାବୁଲା କରନ୍ତୁ । ଏହା ପେଟ ଚର୍ବି କମାଇବାରେ ସହାୟକ ହୋଇଥାଏ ।
Prev Post
Next Post