ଚର୍ଚ୍ଚାକୁ ରେଖାଙ୍କ ଡର

0

ବଲିଉଡ୍‌ର ଫେମସ୍‌ ଫଟୋଗ୍ରାଫର ଡବୁ ରତନାନି ଚଳିତ ବର୍ଷର କ୍ୟାଲେଣ୍ଡର ଲଞ୍ଚ କରିଛନ୍ତି । ଡବୁଙ୍କ ଏହି ଲଞ୍ଚ ଇଭେଣ୍ଟରେ ବଲିଉଡ୍‌ର ଅନେକ ଦିଗ୍‌ଗଜ ଅଭିନେତା ଓ ଅଭିନେତ୍ରୀ ଯୋଗ ଦେଇଥିଲେ । ନବେଦଶକରେ ବଲିଉଡ୍‌ ଇଣ୍ଡଷ୍ଟ୍ରୀରେ ରାଜ୍‌ କରୁଥିବା ଅଭିନେତ୍ରୀ ଓ ବଲିଉଡ୍‌ର ଏଭରଗ୍ରୀନ୍‌ ରେଖା ଏ ପାର୍ଟିର ମୂଳ ଆକର୍ଷଣ ପାଲଟିଥିଲେ । କାଞ୍ଜିବରଂ ପାଟକୁ ବାଦ୍‌ ଦେଇ ରେଖା ଏହି ଇଭେଣ୍ଟରେ ପିନ୍ଧିଥିଲେ ଏକ ବ୍ଲାକ େୱଷ୍ଟର୍ଣ୍ଣ ଡ୍ରେସ୍‌ । ବ୍ଲାକ୍‌ ଡ୍ରେସ୍‌ରେ ରେଖା ଲାଗୁଥିଲେ ବେଶ୍‌ ଗରର୍ଜିୟସ୍‌ । ଇଭେଣ୍ଟକୁ ଆସୁଥିବା ସେଲିବ୍‌ କିଡ୍‌ ମାନଙ୍କୁ ଆଦର ସହକାରେ ଆଲିଙ୍ଗନ କରି ରେଖା ସେମାନଙ୍କ ସହ ଅନେକ ଫଟୋ କ୍ୟାପ୍‌ଚର କରିଥିଲେ। ଡବୁଙ୍କ ଏହି କ୍ୟାଲେଣ୍ଡରରେ ସ୍ଥାନ ପାଇଥିବା ସବୁ ଫଟୋ ମଧ୍ୟରୁ ବିଗ୍‌ ବିଙ୍କ ଫଟୋ ଇଣ୍ଟରନେଟ୍‌ରେ ଖୁବ୍‌ ଚର୍ଚ୍ଚା ସାଉଁଟିଛି । ରେଖା ଫଟୋ ଶୁଟ୍‌ ସମୟରେ କାନ୍ଥରେ ବିଗ୍‌ ବିଙ୍କ ଫଟୋକୁ ଦେଖି ସେ ସ୍ଥାନରୁ ହଟି ଯାଇଥିଲେ । ତେବେ ରେଖାଙ୍କ ବିଗ୍‌ ବିଙ୍କ ଫଟୋକୁ ଦେଖି ଏପରି ପ୍ରତିକ୍ରିୟା ଦେବା ସ୍ୱଭାବିକ ନ ଥିଲା । ଲାଗୁଛି ରେଖାଙ୍କ ନାଁ ସହ ବିଗ୍‌ ବିଙ୍କ ନାଁକୁ ଯୋଡା ଯାଇ କାଳେ କୌଣସି କଥା ଉଠିବ ବା ସେ କୌଣସି ସମାଲୋଚନାର ଶିକାର ହେବେ ସେ ନେଇ ଆଗୁଆ ସତର୍କ ହୋଇପଡିଛନ୍ତି ରେଖା । ଡବୁଙ୍କ ଏହି କ୍ୟାଲେଣ୍ଡରରେ ବିଗ୍‌ ବି ଅମିତାଭ ବଚ୍ଚନଙ୍କ ଫଟୋ ବ୍ୟତୀତ ଶାହାରୁଖ ଖାନ୍‌, ବିଦ୍ୟା ବଲାନ, ଟାଇଗର ସର୍ଫ, କ୍ରିତି ସନୋନ, ସନ୍ନି ଲିଅନ, କାର୍ତ୍ତିକ ଆର୍ୟନ, ଆଲିଆ ଭଟ୍ଟ ଆଦି କଳାକାରଙ୍କ ଫଟୋ ସ୍ଥାନ ପାଇଛି।

Leave A Reply

Your email address will not be published.