ଚଳନ୍ତା ଟ୍ରେନରେ ସପିଂ ସୁବିଧା

0

ମୁମ୍ବାଇ, ୨୦/୧୨: ଇଣ୍ଡିଆନ୍‌ ରେଲ୍‌େୱ ତା’ର ରୋଜଗାରର ଏକ ନୂଆ ପନ୍ଥା ଆପଣାଇବାକୁ ଯାଉଛି । ଚଳନ୍ତା ଟ୍ରେନରେ ସପିଂର ସୁବିଧା ଯୋଗାଇ ଦେଇ ଏବେ ରୋଜଗାର କରିବାକୁ ଚାହୁଁଛି ରେଳବାଇ । ଏଥିପାଇଁ ଖୁବ ଶୀଘ୍ର ପଶ୍ଚିମ ରେଳବାଇର ୧୬ଟି ମେଲ୍‌ ଓ ଏକ୍ସପ୍ରେସ୍‌ ଟ୍ରେନ୍‌ରେ ଏହି ବ୍ୟବସ୍ଥା କରାଯିବ । ମେସର୍ସ ଏଚ ଭି ଏନ୍‌ ପ୍ରାଇଭେଟ୍‌ ଲିମିଟେଡ ନାମକ ଏକ କଂପାନିକୁ ୫ ବର୍ଷର ଅବଧି ଲାଗି ୩.୬୬ କୋଟି ଟଙ୍କାର ଏହି ଠିକା ଦିଆଯାଇଥିବା ଜଣାଯାଇଛି । ଯୋଜନା ଅନୁଯାୟୀ ଟେନ୍‌ରେ ଏଥିଲାଗି ଜାଗା ଦିଆଯିବ । ଯେଉଁଠି ଦୋକା ଖୋଲାଯାଇ ବିଶିଷ୍ଟ ସପିଂ କୋର୍ଟ ରହିବଛ ଯାତ୍ରୀ କେବଳ ନଗଦ ଟଙ୍କା ନୁହେଁ,ବରଂ କ୍ରେଡିଟ୍‌ , ଡେବିଟ୍‌ କାର୍ଡ ଜରିଆରେ ମଧ୍ୟ କିଣାକିଣି କରିପାରିବେ । ପ୍ରଥମ ପର୍ଯ୍ୟାୟରେ ତିନିଟି ଟ୍ରେନ୍‌ରେ ଏହି ବ୍ୟବସ୍ଥାର ଶୁଭାରମ୍ଭ ହେବ । ଏଥିମଧ୍ୟରୁ ମୁମ୍ବାଇ-ଅହମ୍ମଦବାଦ୍‌ ଶତାବ୍ଦୀ ଏକ୍ସପ୍ରେସର ନାଆଁ ରହିଛି । ପଶ୍ଚିମ ରେଳବାଇର ଲୋକ ସଂପର୍କ ଅଧିକାରୀ ରବୀନ୍ଦ୍ର କୁମାର କହିଛନ୍ତି ଯେ ଟ୍ରେନରେ ଯାତ୍ରୀମାନଙ୍କୁ ସୌନ୍ଦର୍ଯ୍ୟ, ହୋମ୍‌ ଓ କିଚେନ୍‌ ଉପକରଣ ଓ ଅନ୍ୟାନ୍ୟ ଫିଟ୍ନେସ ସାମଗ୍ରୀ ମଧ୍ୟ ମିଳିବ ।

Leave A Reply

Your email address will not be published.