ଚାଇନିଜ୍‌ ଗୋଟା ଇଲିଶି

ପ୍ରସ୍ତୁତି ପ୍ରଣାଳୀ- ୫୦୦ ଗ୍ରାମ ଗୋଟା ଇଲିଶି, ୨ଟି ୨ ଚାମଚ ସୋୟସସ୍‌, ୨ ଚାମଚ ଭିନେଗାର, ୨ଚାମଚ ବଟର, ୨ ଚମଚ ଗୋଲମରିଚ ଗୁଣ୍ଡ ।
ପ୍ରଣାଳୀ- ପ୍ରଥମେ ଗୋଟା ଇଲିଶିର କାତି କାଢ଼ି ପେଟକୁ ଚିରି ପୁରାପୁରି ସଫା କରିଦେବ । ତାର ଲାଞ୍ଜ ସବୁ ପରିଷ୍କାର କରି କାଟିଦେବ । ମାଛଟି ଭଲ ରୂପେ ପରିଷ୍କାର ହେଲାପରେ ସେଥିରେ ଲୁଣ, ସୋୟାସସ୍‌ ଓ ଭିନେଗାର ପକାଇ ଭଲ ଭାବରେ ୪ ଘଣ୍ଟା ଭିଜାଇ ରଖ । ୪ ଘଣ୍ଟା ଭିଜିଲାପରେ ମାଛରୁ ସସ୍‌ ପୋଛି ଦେଇ ଓଭାନ୍‌ରେ ବେକ୍‌ କରିବାକୁ ପଡିଥାଏ । ବେକ୍‌ ହେଲାପରେ ସେଥିରେ ଗୋଲମରିଚ ଗୁଣ୍ଡ ପକାଇ ଖାଇବାକୁ ଦେବ ।