ଚାଉଳ ମାଣ୍ଡୁଅ

0

ପ୍ରସ୍ତୁତି ସାମଗ୍ରୀ- ଚାଉଳ ଚୂନା-୨୫୦ଗ୍ରାମ୍‌, ଅଟା-୨୫୦ଗ୍ରାମ୍‌, ଗୁଡ଼-୨୦୦ଗ୍ରାମ୍‌, ଚିନି-୧୦୦ଗ୍ରାମ୍‌, ନଡ଼ିଆ-୧ଟା, ଛେନା-୧୦୦ଗ୍ରାମ୍‌, ଗୁଜୁରାତି-୫ଟା, ଘିଅ-ଛାଣିବାପାଇଁ ।
ପ୍ରଣାଳୀ- ଗୁଡ଼ ଓ ପାଣି ଦେଇ ଭଲଭାବରେ ଫୁଟା;ୁ। ଏହା ଫୁଟିଲେ ଅଟା ଓ ଚାଉଳ ଚୂନା ପକାଇ ଖଳି ଜନ୍ତିଦିଅ;ୁ । ନଡ଼ିଆକୋରା, ଛେନା, ଚିନି ଓ ଗୁଜୁରାତି ଗୁଣ୍ଡକୁ ଭଲଭାବରେ ମିଶାଇ ଭାଜିନିଅ;ୁ । ପୁର ପରିମାଣ ଅନୁଯାୟୀ ଖଳିକୁ ଭାଗ କରିବେ । ଏହି ଖଳି ଗୁଳାକୁ ବେଲଣା ପଟାରେ ପତଳା ପତଳା ବେଲିକି ପୁର ଗୋଟିଏ ଭାଗ ଦିଅ;ୁ ଓ ଅନ୍ୟ ଗୋଟିଏ ଖଳି ଗୁଳା ବେଲା ହୋଇ ଉପରେ ପକା;ୁ। ଚାରିପଟୁ ମୋଡି ଦିଅ;ୁ । ନଚେତ୍‌ ଏହା ଖୋଲିଯିବ । କଡ଼େଇରେ ତେଲ ଗରମ କରି ଧୀରେ ଧୀରେ ପିଠାତକ ଛାଣିଦିଅ;ୁ ।

Leave A Reply

Your email address will not be published.