ରିଲିଜ ହୋଇଯାଇଛି ଓଲିଉଡ୍ ଫିଲ୍ମ ‘ଚମ୍ପିଆନ୍’ । ଫିଲ୍ମରେ ମୁଖ୍ୟ ଭୂମିକାରେ ଅଭିନୟ କରିଛନ୍ତି ଅର୍ଚ୍ଚିତା। ଡୋଙ୍ଗୟୁ ଏଣ୍ଟରଟେନ୍ମେଣ୍ଟ ବ୍ୟାନରରେ ନିର୍ମାଣ କରାଯାଇଥିବା ଏହି ଫିଲ୍ମରେ ମୁଖ୍ୟ ଚରିତ୍ରରେ ଅଭିନୟ କରିଛନ୍ତି ଅର୍ଚ୍ଚିତା । ଫିଲ୍ମରେ ଅର୍ଚ୍ଚିତା ଜଣେ ବକ୍ସର ଭୂମିକାରେ ଅଭିନୟ କରିଛନ୍ତି । ଗୋଟିଏ ଛୋଟିଆ ଗାଁରେ ଜନ୍ମ ହୋଇଥିବା ଝିଅ କିପରି ଜୀବନର ସଙ୍ଘର୍ଷ ସହ ଏକାକି ଲଢ଼ି ଆଗକୁ ଯାଉଛି ତା’ ଉପରେ ଫିଲ୍ମର କାହାଣୀ ପର୍ଯ୍ୟବେଶୀତ । ଏହା ସହ ଜଣେ ବକ୍ସର ହିସାବରେ ସେ ନିଜ ବକ୍ସିଂକୁ ନେଇ କେତେ ସିରିଅସ୍ ଓ କିପରି ବକ୍ସିଂରେ ନିଜର ଶେଷ୍ଠତ୍ୱ ପ୍ରତିପାଦନ କରୁଛନ୍ତି ତାକୁ ନେଇ ଫିଲ୍ମର କାହାଣୀ ଗତିଶୀଳ ହୋଇଛି । ଏହି ଫିଲ୍ମକୁ ନିର୍ଦ୍ଦେଶନା ଦେଇଛନ୍ତି କେ. ମୁରଲୀ କ୍ରିଷ୍ଣା । ଏନ୍,ଗଙ୍ଗାଧର ଏବଂ ପି. ଦିପ୍ତୀରାଣୀ ଫିଲ୍ମର ପ୍ରଯୋଜନାଭାର ସମ୍ଭାଳିଛନ୍ତି । ବିଶ୍ୱ ମହିଳା ଦିବସ ଅବସରରେ ଫିଲ୍ମଟି ରିଲିଜ୍କୁ ନେଇ ନାୟିକା ଅର୍ଚ୍ଚିତା ଖୁସିଥିବାବେଳେ ବିଶେଷ କରି ମହିଳାମାନେ ଏହି ଫିଲ୍ମକୁ ସଆଦରେ ଗ୍ରହଣ କରିବେ ବୋଲି ଆଶା ରଖିଛନ୍ତି ଫିଲ୍ମ ନିର୍ମାତା । ବହୁଦିନ ପରେ ଫିଲ୍ମ ‘ଚମ୍ପିଆନ୍’ ଜରିଆରେ ଅର୍ଚ୍ଚିତା ଓଲିଉଡ୍ ଇଣ୍ଡଷ୍ଟ୍ରୀକୁ ୱାପସି କରିଛନ୍ତି ।