ଚାଷୀଙ୍କ ବୀମା ପ୍ରସଙ୍ଗ : କେନ୍ଦ୍ର କୃଷି ମନ୍ତ୍ରୀଙ୍କୁ ଭେଟିଲେ କଳିକେଶ

0

ନୂଆଦିଲ୍ଲୀ,୧୮/୧୨: ୨୦୧୭ ମସିହା ବଲାଙ୍ଗୀର ଜିଲ୍ଲାରେ ୧୦ ହଜାର ଚାଷୀ ମାନଙ୍କ ବୀମା ପ୍ରସଙ୍ଗରେ ମଙ୍ଗଳବାର ନୂଆଦିଲ୍ଲୀରେ କେନ୍ଦ୍ର କୃଷି ମନ୍ତ୍ରୀ ରାଧାମୋହନ ସିଂଙ୍କୁ ଭେଟିଛନ୍ତି ବିଜେଡ଼ି ସାଂସଦ କଳିକେଶ ସିଂ ଦେଓ। ଏ ମାମଲାରେ ଆଲୋଚନା କରିବା ପରେ ଶ୍ରୀ ଦେଓ ଗଣମାଧ୍ୟମକୁ କହିଛନ୍ତି କମ୍ପାନୀ ଚାଷୀ ମାନଙ୍କ ପ୍ରମିୟମ ଫେରାଇ ଦେଇ ଥିବାରୁ ଚାଷୀମାନେ ପ୍ରଧାନମନ୍ତ୍ରୀ ଫସଲ ବୀମାରୁ ବଂଚିତ ହେବେ। ଯଦି ସରକାର ଏହା ଉପରେ ପଦକ୍ଷେପ ନ ନିଅନ୍ତି ତା’ହାଲେ ଆଗାମୀ ଦିନରେ ସେ କୋର୍ଟର ଦ୍ୱାରସ୍ଥ ହେବେ। ତେବେ ଆଜି ବିଭାଗୀୟ ମନ୍ତ୍ରୀ ଏବଂ ସଚିବ ଏହି ପ୍ରସଙ୍ଗର ସମାଧାନ କରିବେ ବୋଲି ପ୍ରତିଶ୍ରୁତି ଦେଇଥିବା କଳିକେଶ ପ୍ରକାଶ କରିଛନ୍ତି।

Leave A Reply

Your email address will not be published.