ଚିଙ୍ଗୁଡ଼ି ପଲାଉ

0

ସାମଗ୍ରୀ- ଚିଙ୍ଗୁଡ଼ି-୨୫୦ଗ୍ରାମ, ବାସୁମିତୀ ଚାଉଳ-୫ କପ, ଆଳୁ-୨ଟି, ପିଆଜ-୪ଟି, ରିଫାଇନ ତେଲ-୨କପ, ଗୋଲମରିଚ-୮ରୁ୧୦ଟି, ଗୁଜୁରାତି-୪ଟି, ଜିରା-୧/୨କପ, ଡାଳଚିନି-୨ଖଣ୍ଡ, ଆବଶ୍ୟକ ଅନୁସାରେ ଲୁଣ ।
ପ୍ରଣାଳୀ- ଚାଉଳକୁ ଗୋଟିଏ ପାତ୍ରରେ ୩୦ମିନିଟ ଯର୍ଯ୍ୟନ୍ତ ବତୁରାଇ ରଖିବେ । ପିଆଜ ଓ ଆଳୁକୁ ଲମ୍ବାଭାବେ କାଟି ତେଲରେ ଭାଜି ରଖିଦେବେ । ଅଲଗା ଗୋଟିଏ ପାତ୍ରରେ କାଜୁକୁ ଭଲଭାବେ ଭାଜି ରଖିବେ। ଚିଙ୍ଗୁଡ଼ିକୁ ଭଲଭାବେ ଧୋଇ ତା’ ଚୋପାକୁ ଛଡ଼ାଇ ତେଲ ଦେଇ ଭଳଭାବେ ଭାଜି ଗୋଟିଏ ପାତ୍ରରେ ରଖିଦେବେ । ଡେକଚିରେ ତେଲ ଗରମ କରି ସେଥିରେ ଗୋଲମରିଚ, ଗୁଜୁରାତି, ଡାଳଚିନି ଫୁଟାଇ ବତୁରା ଯାଇଥିବା ଚାଉଳ ଦେଇ ଭାଜିବେ । ଚାଉଳ ୧୫ମିନିଟ ଭାଜି ହୋଇଗଲାପରେ ସେଥିରେ ଲୁଣ ଓ ପାଣି (ଚାଉଳ ବୁଡୁଥିବାଭଳି)ଦେଇ ଢାଙ୍କୁଣି ଦେଇଦେବେ । ୩୦ମିନିଟପରେ ଭାତ ହୋଇ ଆସିଲାବେଳକୁ ସେଥିରେ ଭଜା ଚୁଙ୍ଗୁଡ଼ି ଓ ଭଜା କାଜୁ ମିଶାଇ ଚଟୁରେ ସାମାନ୍ୟ ଘାଣ୍ଟି ୧୫ମିନିଟ ପର୍ଯ୍ୟନ୍ତ ଢାଙ୍କିଦେଇ ରଖିବେ । ଏହାପରେ ଚୂଲାରୁ ଡେକଚିକୁ ବାହାର କରି ପଲଉ ଉପରେ ଭଜା ପିଆଜ ଓ ଆଳୁକୁ ସବୁଆଡେ ସଜାଇ ଦେବେ । ଏହାପରେ ପ୍ରସ୍ତୁତ ହୋଇଯିବ ଆପଣଙ୍କର ଚିଙ୍ଗୁଡ଼ି ପଲାଉ ।

Leave A Reply

Your email address will not be published.