ପ୍ରସ୍ତୁତି ସାମଗ୍ରୀ-୨୫୦ଗ୍ରାମ୍ ଛୋଟ ଚିଙ୍ଗୁଡ଼ି, ୧ଚାମଚ ସୋରିଷ, ୮ପାଖୁଡ଼ା ରସୁଣ, ୬ଗୋଟି ଲାଲଲଙ୍କା, ୧ଚାମଚ ସୋରିଷ ତେଲ, ଆବଶ୍ୟକ ଅନୁଯାୟୀ ଲୁଣ ।
ପ୍ରଣାଳୀ-ପ୍ରଥମେ ଚିଙ୍ଗୁଡ଼ିକୁ ଧୋଇକରି ଭଲଭାବେ ପରିଷ୍କାର କରିଦେବେ । ଚିଙ୍ଗୁଡ଼ିରେ ଲୁଣ ପକାଇ ଢାଙ୍କୁଣୀ ଘୋଡ଼ାଇ ସିଝାଇଦେବେ । ଚିଙ୍ଗୁଡ଼ିର ଚୋପାକୁ ପରିଷ୍କାର କରି ଛଡ଼ାଇଦେବ । ଲାଲଲଙ୍କାକୁ ପୋଡ଼ିଦେବ । ସୋରିଷ ବାଟିଦେବ । ସିଝା ଚିଙ୍ଗୁଡ଼ି, ଲଙ୍କାପେଡ଼ା, ସୋରିଷ ବଟା, ରସୁଣ ଛେଚା, ଲୁଣ ଏବଂ କଞ୍ଚା ସୋରିଷ ତେଲ ପକାଇ ଏହାକୁ ଭଲଭାବେ ଚକଟି ଢାଙ୍କୁଣି ଘୋଡ଼ାଇ ଅଳ୍ପ ଆଞ୍ଚରେ ୧୫ମିନିଟ୍ ସିଝାଇଦିଅ;ୁ । ଏଥର ପ୍ରସ୍ତୁତ ହୋଇଗଲା ଚିଙ୍ଗୁଡ଼ି ରାଇତା ।