ଚିଙ୍ଗୁଡ଼ି ରାଇସ୍‌

0

ସାମଗ୍ରୀ: ବାସୁମତୀ ଚାଉଳ, ଚିଙ୍ଗୁଡ଼ି, ଫୁଲକୋବି, ଆଳୁ, ଟମାଟୋ, ପିଆଜ, ରସୁଣ, ଅଦା, କଞ୍ଚାଲଙ୍କା, କଞ୍ଚା ମଟର, ତେଲ, ଘିଅ, ହଳଦୀଗୁଣ୍ଡ ଓ ଲୁଣ ।
ପ୍ରସ୍ତୁତି : ଚାଉଳକୁ ଧୋଇ ଏକ ପାତ୍ରରେ ପାଣି ଗରମ କରି ଏହା ଫୁଟିବା ପରେ ସେହି ଚାଉଳ ପକାଇ ଭାତ ରାନ୍ଧନ୍ତୁ । ଏବେ ଚିଙ୍ଗୁଡ଼ିର ମୁଣ୍ଡ ଓ ଖୋଳପା ଛଡ଼ାଇ ଭଲ ଭାବେ ଧୋଇ ଦେବା ପରେ ସେଥିରେ ଲୁଣ ଓ ହଳଦୀ ଗୋଳାଇ ଦିଅନ୍ତୁ । ପିଆଜ, ରସୁଣ, ଅଦା ଓ କଞ୍ଚଲଙ୍କାକୁ ଗ୍ରାଇଣ୍ଡିଂ କରି ରଖନ୍ତୁ । ବର୍ତ୍ତମାନ ଏକ କଡ଼େଇରେ ତେଲ ଗରମ କରି ସେଥିରେ ବଟା ମସଲା ପକାଇ କଷନ୍ତୁ । ମସଲା ହୋଇ ଆସିଲେ, ସେଥିରେ ଚିଙ୍ଗୁଡ଼ିକୁ ପକାଇ ଆଉଟିକେ କଷ;ୁ । ଏବେ ଆଉ ଏକ କଡ଼େଇରେ ତେଲ ଗରମ କରି ସେଥିରେ ଆଳୁ ଓ ଫୁଲକୋବିକୁ ଛୋଟ ଛୋଟ କାଟି ଛାଣି ଦିଅ;ୁ । କିଛି କଟା ପିଆଜକୁ ମଧ୍ୟ ଛାଣନ୍ତୁ । ଏବେ ଗରମ ଘିଅରେ ପୂର୍ବ ରନ୍ଧା ଭାତକୁ ପକାଇ କିଛି ସମୟ ଭାଜି ଦିଅନ୍ତୁ । ଭାତ ଘିଅରେ ଭାଜି ହେବା ପରେ ସେଥିରେ କଞ୍ଚା ମଟର, ଛଣା ଆଳୁ, କୋବି, କଷା ଚିଙ୍ଗୁଡ଼ି ଓ ପିଆଜ ଭଜାକୁ ପକାଇ ଭଲଭାବରେ ମିଶା ଦିଅନ୍ତୁ । ଏବେ ପ୍ରସ୍ତୁତ ହୋଇଗଲା ଆପଣଙ୍କର ଚିଙ୍ଗୁଡ଼ିରାଇସ୍‌ ।

Leave A Reply

Your email address will not be published.