ଫ୍ରାନ୍ସର ସମ୍ରାଟ ନେପୋଲିୟନ ବୋନାପାର୍ଟଙ୍କ ଦ୍ୱାରା ଲିଖିତ ଚିଠି ନିକଟରେ ନିଲାମ କରାଯାଇଛି । ନେପୋଲିୟନ ୨୦୦ ବର୍ଷ ପୂର୍ବେ ତାଙ୍କ ପନିୀଙ୍କୁ ଏହି ଚିଠି ଦେଖିଥିଲେ । ନେପୋଲିୟନଙ୍କ ଦ୍ୱରା ଲେଖାଯାଇଥିବା ଚିଠି ତିନୋଟିର ସର୍ବମୋଟ ନିଲାମି ମୂଲ୍ୟ ହେଉଛି ୩ କୋଟି ୯୭ ଲକ୍ଷ ଟଙ୍କା । ୧୭୯୬ ମସିହାରୁ ୧୮୦୪ ମସିହା ଭିତରେ ଏହି ଚିଠି ଗୁଡ଼ିକୁ ଲେଖାଯାଇଥିଲା । ୧୭୯୬ରେ ଇଟାଲି ଅଭିଯାନ ସମୟରେ ଏହି ଚିଠି ଗୁଡ଼ିକ ଲେଖାଯାଇଥିଲା । ଐତିହସିକ ଥିମ୍ରେ ଆୟୋଜିତ ଏହି ନିଲାମି ଉତ୍ସବରେ ଏକ ଦୁର୍ଲଭ ଏନିଗ୍ମା ଏନ୍କ୍ରିପ୍ସନ୍ ମେସିନ୍ ନିଲାମୀରେ ସାମିଲ୍ ଥିଲା ଯାହା ୩୭ ଲକ୍ଷ ଟଙ୍କାରେ ନିଲାମ କରାଯାଇଛି । ନେପୋଲିୟନ ଫ୍ରାନ୍ସ କ୍ରାନ୍ତିରେ ସେନାପତି ଭାବେ ନିଯୁକ୍ତ ହୋଇଥିଲେ । ୧୭୯୯ ମସିହା ନଭେମ୍ବର୧୧ରୁ ୧୮୦୪ ମେ ୧୮ ପର୍ଯ୍ୟନ୍ତ ପ୍ରଥମ କନ୍ସଲ୍ ଭାବେ ଓ ୧୮୦୪ ମେ ୧୮ରୁ ୧୮୧୪ ପର୍ଯ୍ୟନ୍ତ ଶାସକ ଭାବେ କାର୍ଯ୍ୟ ନିର୍ବାହ କରିଥିଲେ ନେପୋଲିୟନ । ଇତିହାସରେ ନେପୋଲିୟନ ବିଶ୍ବର ଦକ୍ଷ ସେନାପତି ଭାବେ ଜଣାଯାନ୍ତି । ସେ ଫ୍ରାନ୍ସରେ ଏକ ବିଧି ସଂହିତାର ପ୍ରଚଳନ କରିଥିଲେ ଯାହାକୁ ନେପୋଲିୟନ ସଂହିତା ଭାବେ ଜଣାଯାଏ ।