ଛତିଶଗଡ଼ର ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଲେ ଭୂପେଶ ବାଘେଲା

0

ରାୟପୁର,୧୭/୧୨: ଛତିଶଗଡ଼ ମୁଖ୍ୟମନ୍ତ୍ରୀ ଭାବେ ଭୂପେଶ ବାଘେଲା ଶପଥ ଗ୍ରହଣ କରିଛନ୍ତି। ରାଜସ୍ଥାନ ଓ ମଧ୍ୟ ପ୍ରଦେଶ ଭଳି କଂଗ୍ରେସ ଅଧ୍ୟକ୍ଷ ରାହୁଳ ଗାନ୍ଧୀ ଓ ଅନ୍ୟ ନେତାଙ୍କ ଗହଣରେ ବାଘେଲା ଶପଥ ଗ୍ରହଣ କରିଛନ୍ତି। ଗୋଟିଏ ଦିନରେ କଂଗ୍ରେସର ୩ ଜଣ ମୁଖ୍ୟମନ୍ତ୍ରୀଙ୍କ ଶପଥ ଗ୍ରହଣ ଚର୍ଚ୍ଚାର ବିଷୟ ପାଲଟିଛି। ସୂଚନାଯୋଗ୍ୟ, ଛତିଶଗଡ଼ର ମୁଖ୍ୟମନ୍ତ୍ରୀ ହେବା ନେଇ ଜାରି ରହିଥିବା କଳ୍ପନାଜଳ୍ପନାର ଅବସାନ ଘଟାଇ ରବିବାର ରାୟପୁରଠାର ବସିଥିବା ନବର୍ନିବାଚିତ ବିଧାୟକଙ୍କ ବୈଠକରେ ଭୂପେଶ ବାଘେଲାଙ୍କୁ ମୁଖ୍ୟମନ୍ତ୍ରୀ ଭାବେ ଗ୍ରହଣ କରାଯାଇଥିଲା। ମୁଖ୍ୟମନ୍ତ୍ରୀ ଦୌଡ଼ରେ ଆଶାୟୀଙ୍କ ସଂଖ୍ୟା ଅଧିକ ଥିବାରୁ ଦଳରେ ଟଣାଓଟରା ଲାଗି ରହିଥିଲା। ରାଜ୍ୟର ବରିଷ୍ଠ ନେତା ଟି.ଏସ. ସିଂ ଦେଓ, ତାମ୍ରଧ୍ୱଜ ସାହୁ, ଚରଣ ଦାସ ମହନ୍ତଙ୍କ ସହିତ ଆଲୋଚନା ପରେ ଭୂପେଶଙ୍କ ସପକ୍ଷରେ ଏହି ନିଷ୍ପତ୍ତି ଗ୍ରହଣ କରାଯାଇଥିଲା। ବିଧାୟକ ଦଳ ବୈଠକରେ ମୁଖ୍ୟମନ୍ତ୍ରୀ ପଦ ପାଇଁ ମୁଖ୍ୟ ପ୍ରତିଦ୍ୱନ୍ଦ୍ୱି ଥିବା ଟି.ଏସ. ସିଂ ଦେଓ ଭୂପେଶଙ୍କ ନାମ ପ୍ରସ୍ତାବ ରଖିଥିଲେ। ଏହାକୁ ଅନ୍ୟମାନେ ସମର୍ଥନ କରିଥିଲେ। ଏସମ୍ପର୍କରେ ଏଆଇସିସି ପର୍ଯ୍ୟବେକ୍ଷକ ମଲ୍ଲିକାର୍ଜୁନ ଖର୍ଗେ ଘୋଷଣା କରିଥିଲେ।

Leave A Reply

Your email address will not be published.