ନୂଆଦିଲ୍ଲୀ, ୭/୧୨: ଛତିଶଗଡ଼ରେ ଶାସକ ବିଜେପି ଓ କଂଗ୍ରେସ ମଧ୍ୟରେ ଜୋରଦାର ଟକ୍କର ଦେଖିବାକୁ ମିଳିଛି। ବିଭିନ୍ନ ଜାତୀୟ ଗଣମାଧ୍ୟମ ଦ୍ଵାରା କରାଯାଇଥିବା ଏଗଜିଟ୍ ପୋଲ ମୁତାବକ ଏଠାରେ କଂଗ୍ରେସ ବିଜେପିଠୁ ଆଗୁଆ ରହିଛି। ଛତିଶଗଡରେ ବିଜେପି ସରକାର ୧୫ ବର୍ଷ ଧରି ରହିଛି। କଂଗ୍ରେସ କ୍ଷମତାକୁ ପ୍ରତ୍ୟାବର୍ତ୍ତନ କରିବା ପାଇଁ ଏଥର ଯଥା ସମ୍ଭବ ଚେଷ୍ଟା କରିଛି। ଗତ ତିନୋଟି ନିର୍ବାଚନର ଫଳାଫଳ ପ୍ରାୟତଃ ସମାନ ଥିବା ବେଳେ ଏଥର ଚିତ୍ର ଭିନ୍ନ ରହିଛି। ଟାଇମ୍ସ ନାଓ-ସିଏନଏକ୍ସର ସର୍ଭେରେ ବିଜେପିକୁ ବହୁମତ ମିଳୁଥିବା ବେଳେ ସି ଭୋଟର ସର୍ଭେରେ କଂଗ୍ରେସକୁ ୪୦ ରୁ ୫୦ ସିଟ୍ ମିଳିବାର ଅନୁମାନ କରାଯାଇଛି। ଛତିଶଗଡ଼ର ସମସ୍ତ ୯୦ ସିଟରେ ଏଥର ଦୁଇଟି ପର୍ୟ୍ୟା୍ୟରେ ମତଦାନ ହୋଇଥିଲା। ଏହାର ଫଳାଫଳ ଡିସେମ୍ବର ୧୧ରେ ସାମ୍ନାକୁ ଆସିବ।