ବଡ଼ଦିନ ଅବସରରେ ରଣବୀରଙ୍କୁ ମିଳିପାରିନାହିଁ କାମରୁ ମୁକ୍ତି । ରଣବୀରଙ୍କ ବ୍ୟସ୍ତ ଅଛନ୍ତି ନିଜ ଆଗାମୀ ଫିଲ୍ମ ‘ସମସେରା’ର ସୁଟିଂ କାର୍ଯ୍ୟକୁ ନେଇ ଯାହାଏବେ ଜୋରସୋରରେ ଆଗେଇ ଚାଲିଛି । ସୁଟିଂ ପାଇଁ ରଣବୀରଙ୍କୁ ବଡ଼ଦିନ ଅବସରରେ ମଧ୍ୟ ନିର୍ଦ୍ଦେଶକ କରଣ ମଲହୋତ୍ରା ଓ ସହକଳାକାର ବାଣୀ କପୁରଙ୍କ ସହ ସୁଟିଂସେଟ୍ରେ ଉପସ୍ଥିତ ରହିବାକୁ ପଡ଼ିଥିଲା ।‘ସମସେରା’ର ସୁଟିଂସେଟ୍ ପରିବର୍ତ୍ତନ ହେବାକୁ ନେଇ ମଧ୍ୟ ନିର୍ଦ୍ଦେଶକ ଅଛନ୍ତି ଜଲ˜ିରେ । କାରଣ ବର୍ଷ ଶେଷ ପୂର୍ବରୁ ସୁଟିଂସେଟ୍ରେ ସୁଟିଂ କାମ ସରି ସୁଟିଂସଟ୍କୁ ଅନ୍ୟପ୍ରକାରରେ ପୁଣି ସଜଡ଼ାଯିବ । ସେଥିପାଇଁ ରଣବୀରଙ୍କୁ ବଡ଼ଦିନରେ ମଧ୍ୟ କାମ କରିବାକୁ ପଡ଼ିଛି । ଆସନ୍ତାବର୍ଷ ଗ୍ରୀଷ୍ମଋତୁ ଆରମ୍ଭ ହେବା ପୂର୍ବରୁ ଫିଲ୍ମର ସୁଟିଂ ଶେଷ ହେବ ବୋଲି ଯୋଜନା କରାଯାଇଛି । ଫିଲ୍ମରେ ରଣବୀର ଡକାୟତର ଭୂମିକାରେ ଅଭିନୟ କରୁଥିବାବେଳେ ସଞ୍ଜୟ ଦତ୍ତ ଏଥିରେ ଖଳ ରଚିତ୍ରରେ ଅଭିନୟ କରୁଥିବାର ଦେଖିପରିବେ ଦର୍ଶକ । ଫିଲ୍ମର ସୁଟିଂକାର୍ଯ୍ୟ ଯେତେ ଶୀଘ୍ର ସରିବ ସେଇ ଅନୁସାରେ ନିର୍ଦ୍ଦେଶକଙ୍କ ହାତରେ ପର୍ଯ୍ୟାପ୍ତ ସମୟ ଆସିଯିବ ଫିଲ୍ମର ଏଡ଼ିଟିଙ୍ଗ ପାଇଁ । ଆସନ୍ତା ବର୍ଷ ୨୦୨୦ ଜୁଲାଇ ୩୧ ତାରିଖରେ ‘ସମସେରା’ ଓହ୍ଲାଇବାକୁ ଯାଇଛି ପ୍ରେକ୍ଷାଳୟମାନଙ୍କରେ । ଏହାସହ ୨୦୨୦ ବେଳକୁ କୁୁଆଡେ ଏ ଦୁଇଜଣ ବିବାହ ବନ୍ଧନରେ ବାନ୍ଧି ହେବାକଥା ଶୁଣିବାକୁ ମିଳୁଛି । ବିଶେଷ ସୂତ୍ର ମୁତାବକ ରଣବୀର ଗର୍ଲଫ୍ରେଣ୍ଡ ଆଲିଆଙ୍କୁ ନିଜ ଫାମିଲି ୱାଟସାପ୍ ଗ୍ରୁପରେ ଆଡ୍ କରିଛନ୍ତି । କିଛିଦିନ ପୂର୍ବେ ଆଲିଆଙ୍କ ପିତା ମହେଶ ଭଟ୍ଟ ଝିଅ ଆଲିଆ ଓ ରଣବୀର କପୁରଙ୍କ ରିଲେସନ୍ସିପ୍ ବିଷୟରେ ଅବଗତ ଥିବା କଥା ସ୍ୱୀକାର କରିଛନ୍ତି ।