ଜଗନ ମୋହନଙ୍କୁ କଥା ଦେଲେ ମୋଦି , ସବୁ ପ୍ରକାର ସହଯୋଗ ମିଳିବ

0

ତିରୁପତି,୧୦/୬: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ରବିବାର ମାଲଦ୍ୱୀପରୁ ଫେରି ଶ୍ରୀଲଙ୍କା ଗସ୍ତ କରିଥିଲେ। ଏହି ସମୟରେ ସେ ଗୁରୁଭୟୁର ମନ୍ଦିର ଦର୍ଶନ କରିବା ସହ ତିରୁପତି ପହଞ୍ଚିଥିଲେ। ସେଠରେ ଆନ୍ଧ୍ର ପ୍ରଦେଶର ନବ ନିର୍ବାଚିତ ମୁଖ୍ୟମନ୍ତ୍ରୀ ଜଗନ ମୋହନ ରେଡ୍ଡି ତାଙ୍କୁ ସ୍ବାଗତ କରିଥିଲେ। ତେବେ ଆନ୍ଧ୍ରର ବିକାଶ ପାଇଁ କେନ୍ଦ୍ର ସବୁ ପ୍ରକାର ସହଯୋଗ ଯୋଗାଇ ଦେବ ବୋଲି ମୋଦି ଜଗନ ମୋହନଙ୍କୁ କଥା ଦେଇଥିଲେ। ଭାଜପା ତରଫରୁ ତିରୁପତିରେ ଆୟୋଜିତ ଏକ ଜନସଭାରେ ଉଦ୍‌ବୋଧନ ଦେବା ଅବସରରେ ମୋଦି ଏହି କଥା କହିଥିଲେ।

Leave A Reply

Your email address will not be published.